ମୁଖ୍ୟ ଖବର

ଓଏଏସ୍ ପରୀକ୍ଷାରେ ଅନୁଗୁଳର ନାଁ ରଖିଲେ ଅଙ୍କିତା: ବରିଷ୍ଠ ନାଗରିକ ଓ ଶିଶୁଙ୍କ ସେବା ଉପରେ କରିବେ ଫୋକସ

By Angul TV Bureau

October 19, 2024

 

ଅନୁଗୁଳ: ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଆୟୋଜିତ ଓଡ଼ିଶା ପ୍ରାଶାସନିକ ସେବା ପରୀକ୍ଷାରେ ୧୧୮ତମ ସ୍ଥାନରେ ଅଛନ୍ତି ଅନୁଗୁଳ ପ୍ରଗତିନଗରର ଅଙ୍କିତା ସାହୁ। ପ୍ରଶାନ୍ତ କୁମାର ସାହୁ ଓ ପୁଷ୍ପଲତା ସାହୁଙ୍କ ଏହି କନ୍ୟା ନିଜ ପ୍ରଥମ ପ୍ରଚେଷ୍ଟାରେ ଏହି ସଫଳତା ହାସଲ କରିଛନ୍ତି। ନିଜ ସଫଳତାରେ ସେ ବେଶ୍‌ ଖୁସି ଥିଲେ ମଧ୍ୟ ଆଗକୁ ସର୍ବଭାରତୀୟ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ। କର୍ମକ୍ଷେତ୍ରରେ ବରିଷ୍ଠ ନାଗରିକ ଓ ଶିଶୁମାନଙ୍କ ସେବା ଉପରେ ସେ ଅଧିକ ଗୁରୁତ୍ବ ଦେବେ ବୋଲି କହିଛନ୍ତି।

ସେ ଆହୁରି କହିଛନ୍ତି, ଅଧିକ ଯତ୍ନ ଆବଶ୍ୟକ କରୁଥିବା ଉଭୟ ବର୍ଗର ଲୋକଙ୍କୁ ସମାଜରେ ଯେମିତି ଉପଯୁକ୍ତ ନ୍ୟାୟ ମିଳିପାରିବ ସେଥିନେଇ କାମ କରିବେ। ସଫଳତା ପାଇଁ ପରିବାର ଲୋକଙ୍କ ସମର୍ଥନ ବହୁ ପରିମାଣରେ ଦାୟୀ ବୋଲି ସେ କହିଛନ୍ତି। ସେହିପରି ସାଙ୍ଗ ଓ ଶିକ୍ଷକମାନଙ୍କର ମଧ୍ୟ ସହଯୋଗ ରହିଛି। ସଫଳତା ପାଇଁ ଧୈର୍ଯ୍ୟର ସହ ପରିଶ୍ରମ କରିବାକୁ ପଡ଼ିବ ବୋଲି କୁହନ୍ତି ଓପିଏସସି କୃତୀ ଅଙ୍କିତା।