କ୍ରୀଡ଼ା

ଆଙ୍କୁଲା କପ କ୍ରିକେଟ ଉଦଯାପିତ

By Biswaranjan Pattnaik

December 27, 2024

ଅନୁଗୁଳ: ଅଙ୍କୁଲା ମିନି ଷ୍ଟାଡିୟମରେ ମା’ ବ୍ରାହ୍ମଣୀ ଦେବୀ କ୍ଲବ ଆନୁକୂଲ୍ୟରେ ଆଙ୍କୁଲା କପ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।

ଫାଇନାଲ ମ୍ୟାଚରେ ସେଣ୍ଟ୍ରାଲ କଲୋନୀ ଚନ୍ଦ୍ରାବାହାଳ ଏକାଦଶକୁ ହରାଇ ଚମ୍ପିୟାନ ହୋଇଥିଲା। ସେଣ୍ଟ୍ରାଲ କଲୋନୀର ସୁବ୍ରତ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଘୋଷିତ ହୋଇଥିଲେ। ବିଜେଡି ଯୁବ ନେତା ଅରୁଣାଭ ସିଂହ ମୁଖ୍ୟ ଅତିଥି ଭାବେ ଚମ୍ପିୟାନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଆୟୋଜକଙ୍କ ପକ୍ଷରୁ ଚିତ୍ତରଞ୍ଜନ ସେନାପତି, ବ୍ରଜବନ୍ଧୁ,ଦିପୁ,କାହ୍ନା ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହାୟତା କରିଥିଲେ।