ଅନ୍ୟାନ୍ୟ

ପାକ୍ଷିକ ସମ୍ବାଦ ପତ୍ର ‘ଏରିଆ ଖବର’ର ଅଷ୍ଟମ ବାର୍ଷିକ ଉତ୍ସବ ଆୟୋଜିତ

By Angul TV Bureau

December 23, 2023

ତାଳଚେର: ତାଳଚେର ପଞ୍ଚାୟତ ସମିତି ସଭାଘରରେ ପାକ୍ଷିକ ସମ୍ବାଦ ପତ୍ର ଏରିଆ ଖବରର ୮ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ପ୍ରଥମେ କାରଗିଲ ସହିଦ ରଞ୍ଜନ କୁମାର ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ତାଳଚେର ବିଡିଓ ଚିନ୍ମୟୀ ଚେତନା ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏରିଆ ଖବର ଏକ ସମ୍ବାଦ ପତ୍ର ନୁହେଁ ଆନ୍ଦୋଳନ, ନିରପେକ୍ଷ ଭାବରେ ସମ୍ବାଦ ପରିବେଷଣ କରି ତାଳଚେର ଅଞ୍ଚଳରେ ପାଠକଙ୍କ ମଧ୍ୟରେ ପ୍ରିୟ ହୋଇ ପାରିଛି ବୋଲି କହିଥିଲେ।

ଏରିଆ ଖବର ସମ୍ବାଦ ପତ୍ରର ସମ୍ପାଦକ ସୌଭାଗ୍ୟ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ବିଶିଷ୍ଟ କଳାକାର କରୁଣାକର ମଞ୍ଚ ପରିଚାଳନା କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଧୀର ମୋହନ ରାୟ, ବିରଜା ମିଶ୍ର, ମଦନ ମୋହନ ସାହୁ, ମନୋରଞ୍ଜନ ଦାଶ, ମନୋଜ ବାରିକ, ଦିନାନାଥ ସାଓ, ବାସୁଦେବ ପ୍ରଧାନ, ସମାଜସେବୀ ସୌରଭିନି ନାୟକ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ତାଳଚେର ବ୍ଲକର ସମସ୍ତ ପଞ୍ଚାୟତରେ କାର୍ଯ୍ୟରତ ୨୦ ଜଣରୁ ଊର୍ଦ୍ଧ୍ୱ ଦକ୍ଷ ନଥିପତ୍ର ପରିଚାଳିକା (ଏମବିକେ), ସାମ୍ବାଦିକ ଓ ସମାଜ ସେବୀଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା।