ମୁଖ୍ୟ ଖବର

ଅନିର୍ଦ୍ଦିଷ୍ଟ କାଳ ପାଇଁ ଜନଗଣନାକୁ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କ ଘୋଷଣା

By Angul TV Bureau

August 03, 2022

ନୂଆଦିଲ୍ଲୀ: ଦେଶରେ ଜନଗଣନା କାର୍ଯ୍ୟକ୍ରମକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏ ନେଇ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ଦେଶରେ ଜନଗଣନାକୁ ସମକାଳୀନ ତାଲିକାକୁ ଆଣିବା ଏବଂ ରାଜ୍ୟ ସରକାରମାନଙ୍କୁ ଜନଗଣନା କରିବାକୁ ଅନୁମତି ଦେବା ପାଇଁ ସରକାରଙ୍କର କୌଣସି ଯୋଜନା ନାହିଁ।

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ରାୟ ମଙ୍ଗଳବାର ଲୋକସଭାରେ କହିଛନ୍ତି, ମାର୍ଚ୍ଚ ୨୦୨୦ରେ କୋଭିଡ-୧୯ ମହାମାରୀ ଆରମ୍ଭ ହେବା ଯୋଗୁ ଜନଗଣନା-୨୦୨୧ ଏବଂ ଜନଗଣନା ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟକଳାପକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ତାମିଲନାଡୁର ଡିଏମକେ ସାଂସଦ ରବିକୁମାର ଡିଙ୍କ ପ୍ରଶ୍ନରେ ଏହି ଉତ୍ତର ଦେଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ।