ଅନ୍ୟାନ୍ୟ

ଅନୁଗୁଳ ଜିଲ୍ଲାର ନୂଆ ୪ ବିଜେପି ମୋର୍ଚ୍ଚା ପ୍ରଭାରୀଙ୍କ ନାମ ଘୋଷଣା

By Angul TV Bureau

September 11, 2022

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପିର ୪ ଟି ମୋର୍ଚ୍ଚାର ପ୍ରଭାରୀଙ୍କ ନାମ ଘୋଷଣା କରିଛନ୍ତି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ। କୃଷକ ମୋର୍ଚ୍ଚାର ବିଭୂତି ସାହୁ, ମହିଳା ମୋର୍ଚ୍ଚାର ଦିଲ୍ଲୀପ ପ୍ରଧାନ, ଏସଟି ମୋର୍ଚ୍ଚାର ପ୍ରଭାତ ପ୍ରଧାନ ଓ ସଂଖ୍ୟାଲଘୁ ମୋର୍ଚ୍ଚାର ଏମଡି ସବୀରଙ୍କୁ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି।

ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ କରିବାକୁ ପାର୍ଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଣୁ ନୂତନ କର୍ମୀଙ୍କୁ ସାଙ୍ଗଠନିକ ଦାୟିତ୍ୱ ଦିଆଯାଇଛି। ନୂତନ କାର୍ଯ୍ୟକର୍ତ୍ତାଙ୍କ ନେତୃତ୍ୱରେ ବିଭିନ୍ନ ମୋର୍ଚ୍ଚା ସଂଗଠନ ସୁଦୃଢ ହେବା ସହ ଆଗାମୀ ୨୦୨୪ ନିର୍ବାଚନ ପାଇଁ ସହାୟକ ହେବ ବୋଲି ଜିଲ୍ଲା ସଭାପତି ଘୋଷଣା କରିଛନ୍ତି।