ଅନ୍ୟାନ୍ୟ

ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ, ପିତାମ୍ବର ବିଶ୍ବାଳ ହେଲେ ସଭାପତି

By Angul TV Bureau

February 04, 2024

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ମିଟିଙ୍ଗ ହଲରେ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଛି। ବରିଷ୍ଠ ନାଗରିକ ମଞ୍ଚର ସଭାପତି ବୀରେନ୍ଦ୍ର କୁମାର୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ସମ୍ମିଳନୀରେ ସଂପାଦକ ଦେବେନ୍ଦ୍ର ପ୍ରଧାନ, ଉପଦେଷ୍ଟା ନନ୍ଦ କିଶୋର ମହାକୁଡ଼, ଉପଦେଷ୍ଟା ରବୀନ୍ଦ୍ର ପ୍ରଧାନ, ଉପସଭାପତି ପିତାମ୍ବର ବିଶ୍ବାଳ ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକଙ୍କ ବିଭିନ୍ନ ଅଭାବ ଅସୁବିଧା ଉପରେ ଆଲୋକପାତ କରିବା ସହିତ ବରିଷ୍ଠ ନାଗରିକଙ୍କୁ ସମ୍ମାନର ସହିତ ରହିବାକୁ ଦିଆଯାଉ ବୋଲି କହିଥିଲେ। ପରେ ସଭାପତି ବାର୍ଷିକ ବିବରଣୀ ପାଠ କରିଥିଲେ। ତା ପରେ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନରେ ପିତାମ୍ବର ବିଶ୍ବାଳ ସଭାପତି ଭାବରେ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବରେ ଜାଗେଶ୍ୱର୍ ମିଶ୍ର, ସଂପାଦକ ଭାବରେ ବିଦ୍ୟାଧର ବାହୁକ, ଯୁଗ୍ମ ସଂପାଦକ ଭାବରେ ମଧୁସୂଦନ ନାଏକ, ଉପଦେଷ୍ଟା ଭାବରେ ଦେବେନ୍ଦ୍ର ପ୍ରଧାନ, ମନୋଜ କୁମାର୍ ମିଶ୍ର, ବିରେନ୍ଦ୍ର କୁମାର ମିଶ୍ର, କାର୍ଯ୍ୟକାରୀ ସଭ୍ୟ ଭାବରେ ଦେବାର୍ଚ୍ଚନ ରାଉଳ, ଘାସିନାଥ ବିଶ୍ବାଳ, ଶ୍ରୀନିବାସ ମିଶ୍ର, ରାମାନନ୍ଦ ପାଣିଗ୍ରାହୀ, ରାଜକିଶୋର ତ୍ରିପାଠୀ, ମୋହନ ସ୍ୱାଇଁ, ପ୍ରମୁଖ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଥିଲେ। ରବୀନ୍ଦ୍ର ପ୍ରଧାନ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇଥିଲେ l ଶେଷରେ ଯୁଗ୍ମ ସଂପାଦକ ମଧୁସୂଦନ ନାଏକ ଧନ୍ୟବାଦ୍ ଦେଇଥିଲେ।