ଅନ୍ୟାନ୍ୟ

ଜାମୁଝରି ସୀତାରାମ ମଠରେ ବାର୍ଷିକ ଉତ୍ସବ ପାଳିତ

By Angul TV Bureau

October 31, 2025

କିଶୋରନଗର: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଜାମୁଝରି ଗାଁରେ ସୀତାରାମ ମଠର ବାର୍ଷିକ ଉତ୍ସବ ଗୁରୁବାର ପାଳିତ ହୋଇଯାଇଛି। ସକାଳ ୭ଟାରେ ରୀତିନୀତି ଅନୁସାରେ ନାମସଂକୀର୍ତ୍ତନ ସହ ଗାଁ ପୋଖରୀରୁ ପାଣି ଉଠାଇ କଳସଯାତ୍ରା କରି କଳସ ସ୍ଥାପନ କରାଯାଇଥିଲା। ଏଗାରଟାରେ ପୂଜା ଆରମ୍ଭ ହୋଇ ପାଞ୍ଚଟାରେ ପୂର୍ଣ୍ଣାହୁତି ପଡ଼ିଥିଲା।

କର୍ତ୍ତା ଭାବେ ବ୍ରଜବନ୍ଧୁ ମାଝୀ ଓ ଧର୍ମପତ୍ନୀ ଛବିରାଣୀ ମାଝୀ କାର୍ଯ୍ୟ ନିର୍ବାହ କରିଥିଲେ। ବାବା ପ୍ରଜ୍ଞାନନ୍ଦ ପୁରୀଜୀ ମହାନନ୍ଦ, ନାଗା ସାଧୁ, ଅକ୍ରୁର ଦାସ, ନରହରି ଦାସ ମହାରାଜା ସହ ଅନ୍ୟ ସାଧୁଗଣ ଯୋଗ ଦେଇଥିଲେ। ପୂଜା କମିଟିର ସୁପ୍ରିୟ କୁମାର ସାହୁ, ପ୍ରଦୀପ ଦେହୁରୀ, ପଞ୍ଚାନନ ବେହେରା ଓ ଗ୍ରାମବାସୀଙ୍କ ସହଯୋଗରେ ଉତ୍ସବ ସଫଳ ହୋଇଛି।