ଅନ୍ୟାନ୍ୟ

ଓମ୍ ବିଦ୍ୟାଭାରତି ଆବାସିକ ମହାବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ

By Biswaranjan Pattnaik

December 24, 2023

ଅନୁଗୁଳ: ଶିକ୍ଷକପଡ଼ା ସ୍ଥିତ ଓମ୍ ବିଦ୍ୟାଭାରତୀ ଆବାସିକ ମହାବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ଦୁଇଦିନିଆ ଏହି ସମାରୋହକୁ ଉଦଘାଟନ କରିଥିଲେ ପଦ୍ମଶ୍ରୀ ହଳଧର ନାଗ। ଶ୍ରୀ ନାଗ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇ କଠୋର ପରିଶ୍ରମ କରିବାକୁ କହିଥିଲେ।ମୁଖ୍ୟ ବକ୍ତା ରୂପେ ଯୋଗଦେଇ ବୈଜ୍ଞାନିକ ଡା ଶେଷ କିଶାନ ପିଲାମାନଙ୍କୁ ନିଜ ଉପରେ ଆତ୍ମବିଶ୍ବାସ ରଖି ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କଲେ ବଡ଼ ମଣିଷ ହୋଇପାରିବେ ବୋଲି କହିଥିଲେ।ସମ୍ମାନିତ ଅତିଥି ରୂପେ ଏଡିଏମ ପ୍ରତାପ ପ୍ରୀତିମୟ ଓ ଜେଏସପିଏଲର ଡୀଜିଏମ୍ ଆଶୁତୋଷ ମିଶ୍ର ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟି ସତ୍ୟବ୍ରତ ପ୍ରଧାନ,ଆର୍ଯ୍ୟାନ୍ ସୁଧାକର,ସୁଧାଂଶୁ ନାଥ,ସୁଜିତ୍ ପ୍ରଧାନ ଓ ଅଧ୍ୟକ୍ଷ ଡ଼ା କାଳୀ ପ୍ରସନ୍ନ ସାହୁ ଯୋଗ ଦେଇ ମହାବିଦ୍ୟାଳୟର ଶୈକ୍ଷିକ ପରିବେଶ ଓ ପିଲାଙ୍କ ଅଗ୍ରଗତି ଉପରେ ଆଲୋଚନା କରିଥିଲେ।ସଭାରେ କଲେଜର ଚେୟାରମେନ କଳ୍ପମୟୀ ପ୍ରଧାନ ଶିକ୍ଷକ କୌସିକ ଦେହୁରୀ,ଶରତ ବେହେରା ଏବଂ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।