ଅନୁଗୁଳ: ଅନୁଗୁଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବାର୍ଷିକ ଜିଲ୍ଲାସ୍ତରୀୟ ଶାରୀରିକ ଶିକ୍ଷା ଶିକ୍ଷକ ସମ୍ମିଳନୀ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁକ କୁମାର ଗଡନାୟକ, ତାଳଚେର ଓ ବଅଁରପାଳ ବ୍ଲକ ଶିକ୍ଷାଧିକାରୀ, ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରିୟ ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ଜିଲ୍ଲାକୁ କ୍ରୀଡ଼ାରେ ତୃଣମୂଳ ସ୍ତରରୁ କିଭଳି ଅଗ୍ରାଧିକାର ଦିଆଯିବ ସେଥିପ୍ରତି ଜିଲ୍ଲାର ସମସ୍ତ କ୍ରୀଡା ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଯତ୍ନ ବାନ ହେବା ପାଇଁ ଅତିଥିମାନେ ମାର୍ଗଦର୍ଶନ କରିଥିଲେ। ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭିକାରୀବନ୍ଧୁ ସାହୁ ଆଗାମୀ ଦିନରେ କ୍ରୀଡା କ୍ଷେତ୍ରରେ ରାଜ୍ୟ ଓ ଜାତୀୟ ସ୍ତରରେ ଜିଲ୍ଲାର ସୁନାମ ଆଣିବା ପାଇଁ କ୍ରୀଡା ଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ। ଏହି ସଭାରେ ୮ ବ୍ଲକର ସମ୍ପାଦକମାନେ ସେମାନଙ୍କ ସମସ୍ୟା ଓ କ୍ରୀଡାର ଉନ୍ନତି ଉପରେ ମତାମତ ରଖିଥିଲେ। ସଭାରେ ୨୬୨ ଜଣ କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଶେଷରେ କ୍ରୀଡା ଶିକ୍ଷକ ଦୋଳଗୋବିନ୍ଦ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ।