ଅନ୍ୟାନ୍ୟ

ଲିଟିଲ ହାର୍ଟସ ଟଡ଼ଲର୍ସ ଏକାଡେମୀରେ ବାର୍ଷିକ ପ୍ରଦର୍ଶନୀ, ୩୦୦ରୁ ଊର୍ଦ୍ଧ୍ବ ପ୍ରକଳ୍ପ ପ୍ରଦର୍ଶିତ

By Angul TV Bureau

November 13, 2022

ଅନୁଗୁଳ: ସ୍ଥାନୀୟ ଲିଟିଲ ହାର୍ଟସ ଟଡ଼ଲର୍ସ ଏକାଡେମୀ ପରିସରରେ ବାର୍ଷିକ ପ୍ରଦର୍ଶନୀ ମହାସମାରୋହରେ ଅନୁଷ୍ଠିତ ହୋଇଛି। ଏହି ପ୍ରଦର୍ଶନୀରେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ ଗଙ୍ଗାଧର କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନୂତନ ଚିନ୍ତାଧାରା ସହ ଦେଶ ଗଠନରେ ସେମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ପରେ ଶ୍ରୀ କର ବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ହେମନ୍ତ ଗୋହିଲଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ବିଭିନ୍ନ ପ୍ରକଳ୍ପଗୁଡିକୁ ବୁଲି ଦେଖିଥିଲେ।

ପ୍ରଦର୍ଶନୀରେ ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ, କଳା ଓ କାରିଗରୀ, ଭାଷା, ଓଡ଼ିଆ ଗ୍ରାମୀଣ ଜୀବନଶୈଳୀ ଓ ପରମ୍ପରା ସମ୍ବନ୍ଧୀୟ ୩୦୦ରୁ ଊର୍ଦ୍ଧ୍ବ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ କଳିଙ୍ଗରୁଦ୍ର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ପ୍ରଦର୍ଶନୀରେ ସମସ୍ତ ଅଭିଭାବକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ବିଦ୍ୟାଳୟର ଉପାଧ୍ୟକ୍ଷ ଅଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।