ଅନ୍ୟାନ୍ୟ

ଆଇଡିଆଲ ପବ୍ଲିକ ସ୍କୁଲରେ ବାର୍ଷିକ ପ୍ରଦର୍ଶନୀ ଆୟୋଜିତ: ପରିବେଶ ସୁରକ୍ଷା ଓ ଆଧୁନିକ ପ୍ରଯୁକ୍ତି ବିଦ୍ୟା ସମ୍ପର୍କିତ ମଡେଲ ମୁଖ୍ୟ ଆକର୍ଷଣ

By Angul TV Bureau

October 14, 2026

ଅନୁଗୋଳ:  ସ୍ଥାନୀୟ ଗାନ୍ଧୀମାର୍ଗ ସ୍ଥିତ ଆଇଡିଆଲ ପବ୍ଲିକ ସ୍କୁଲ ପରିସରରେ ବାର୍ଷିକ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷ ଆଶିଷ ରଞ୍ଜନ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଜିଲ୍ଲା ବିଜ୍ଞାନ ପ୍ରକଳ୍ପ ପର୍ଯ୍ୟବେକ୍ଷକ ଅମ୍ବୁଜ କୁମାର ଗଡନାୟକ ଉଦଘାଟନ କରିଥିଲେ। ଏହି ଅବସରରେ ଆଇ.ଏ.ଏସ ପ୍ରୋବେସନର ଅଭି ଜୈନଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା “Plastic to Purpose: A 100-day School Action Challenge” କାର୍ଯ୍ୟକ୍ରମକୁ ମଧ୍ୟ ଶ୍ରୀ ଗଡନାୟକ ଉଦଘାଟନ କରିଥିଲେ।

ଏହି ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଜ୍ଞାନ, କଳା, ସାହିତ୍ୟ ଏବଂ ସାମାଜିକ ବିଜ୍ଞାନ ସମ୍ବନ୍ଧୀୟ ଅନେକ ଆକର୍ଷଣୀୟ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଶେଷ କରି ପରିବେଶ ସୁରକ୍ଷା ଓ ଆଧୁନିକ ପ୍ରଯୁକ୍ତି ବିଦ୍ୟା ଉପରେ ଆଧାରିତ ମଡେଲ ଗୁଡ଼ିକ ଏହାର ମୁଖ୍ୟ ଆକର୍ଷଣ ସାଜିଥିଲା।

ଶ୍ରେଷ୍ଠ ପ୍ରକଳ୍ପ ଚୟନ ପାଇଁ ଅନୁଗୋଳ ଡି.ଏ.ଭି ସ୍କୁଲର ବିଜ୍ଞାନ ଶିକ୍ଷକ ମନୋଜ କୁମାର ମିଶ୍ର ଏବଂ ସାମାଜିକ ବିଜ୍ଞାନ ଶିକ୍ଷୟିତ୍ରୀ ସ୍ମୃତିରଞ୍ଜିତା ସୁବୁଦ୍ଧି ବିଚାରକ ଭାବେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅମିତାଭ ମିଶ୍ର, ସମ୍ପାଦକ ଜପକୃଷ୍ଣ ଦାସ ଏବଂ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ଏବଂ ସୃଜନଶୀଳ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଦ୍ୟାଳୟ ପକ୍ଷରୁ କୁହାଯାଇଛି।