ଅନ୍ୟାନ୍ୟ

ଅନୁଗୁଳ ଏନ୍‌ଏସି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

By Angul TV Bureau

February 07, 2026

ଅନୁଗୁଳ: ଗତ ଗୁରୁବାର ଅନୁଗୋଳ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ଅଳକାନନ୍ଦାଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ମୁଖ୍ୟ ଅତିଥିରୁପେ ଯୋଗ ଦେଇ ପିଲାମାନେ ନିଜ ପ୍ରତିଭାର ବିକାଶ କରି ଶ୍ରେଷ୍ଠତା ହାସଲ କରିବାକୁ ଆହ୍ବାନ ଦେଇଥିଲେ। ମୁଖ୍ୟ ବକ୍ତା ରୂପେ ଶିଶୁ ମଙ୍ଗଳ କମିଟି ସଦସ୍ୟ କଲ୍ୟାଣ କିଶୋର ମହାନ୍ତି ଶିଶୁ ମାନଙ୍କ ଅଧିକାର ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ।।

ସମ୍ମାନିତ ଅତିଥି ରୂପେ ସ୍ଥାନୀୟ କାଉନସିଲର ସୁଜାତା ପଲାର, ପୂର୍ବତନ କାଉନସିଲର ବଲବିର ସିଂହ ଏବଂ ସ୍କୁଲ ପରିଚାଳନା କମିଟି ସଭାପତି ରଞ୍ଜନ କୁମାର ବେହେରା ଯୋଗ ଦେଇଥିଲେ।ବିଭିନ୍ନ କୃତି ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ପ୍ରଧାନ ଶିକ୍ଷୟିତ୍ରୀ ବାର୍ଷିକ ବିବରଣୀ ପାଠ କରିଥିଲେ। ସୁଜାତା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଖେଳ ଶିକ୍ଷକ ଶ୍ରୀବତ୍ସ କୁମାର ମହାପାତ୍ର ଏଥିରେ ସହାୟତା କରିଥିଲେ ।