କଳା ଓ ସଂସ୍କୃତି

ମା’ ବାୟାଣୀ ଙ୍କ ବାର୍ଷିକ ପୂଜା

By Sanjeeb Biswal

April 15, 2021

ଅନୁଗୁଳ: ଛେଣ୍ଡିପଦା ବ୍ଲକ୍ ପାତ୍ରପଡା ଦେବୀନଗର ପାହାଡ଼ତଳେ ଅବସ୍ଥିତ ମା’ ବାୟାଣୀଙ୍କ ବାର୍ଷିକ ପୂଜା ବୁଧବାର କରୋନା କଟକଣା ସହ ପାଳିତ ହୋଇଛି। ପୂଜକମାନେ ବିଧି ପୂର୍ବକ ଠାକୁରାଣୀଙ୍କୁ ପୂଜା କରିଥିଲେ। ପୀଢ଼ ନିକଟରେ ଜନ ସମାବେଶ ବାରଣ କରାଯାଇଥିବାରୁ ଭକ୍ତମାନେ ପୀଢ଼ ବାହାରେ ଦୀପ ଜାଳି ମା’ଙ୍କୁ ଦର୍ଶନକରି ଫେରିଥିଲେ। ଅନ୍ୟବର୍ଷ ପରି ଏବର୍ଷ ଦୋକାନ, ବଜାର ବସିନଥିଲା।