ଅନ୍ୟାନ୍ୟ

ନାଲକୋ ଡିପିଏସରେ ବାର୍ଷିକ ବିଜ୍ଞାନ ମେଳା ଆୟୋଜିତ, ଭାଗ ନେଲେ ୧୪୦ ଜଣ ଛାତ୍ରଛାତ୍ରୀ

By Angul TV Bureau

November 11, 2025

ଅନୁଗୁଳ: ଅନୁଗୁଳ ନାଲକୋ ଜୁନିୟର ଦିଲ୍ଲୀ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା ଆୟୋଜିତ ହୋଇଛି। ସ୍କୁଲ ଅଧ୍ୟକ୍ଷ ପ୍ରବୀଣ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ମେଳାର ଉଦ୍ଘାଟନୀ ଉତ୍ସବରେ ମାନବ ସମ୍ବଳ ମହା ପ୍ରବନ୍ଧକ ହିମାଂଶୁ ଶେଖର ପ୍ରଧାନ ଓ ସିଜିଏମ ଫାଇନାନ୍ସ ହିମାଂଶୁ ଶେଖର ପଣ୍ଡା ଯୋଗ ଦେଇଥିଲେ। ସ୍କୁଲ ଅଧ୍ୟକ୍ଷ ଶ୍ରୀ ଶର୍ମା ଯୋଗଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷା ପ୍ରତି ଆଗ୍ରହ ଓ ବୈଜ୍ଞାନିକ ମନୋଭାବକୁ ପ୍ରଶଂସା କରିବା ସହ ଏହି ପ୍ରଦର୍ଶନୀର ମୂଳ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ।

ଚଳିତ ବର୍ଷ ସର୍ବମୋଟ ୪୫ଟି ବିଜ୍ଞାନ ପ୍ରକଳ୍ପ ହୋଇ ଥିବା ବେଳେ କୃଷି ବିଜ୍ଞାନ, ସାମାଜିକ ବିଜ୍ଞାନ, ପ୍ରଦୂଷଣ, ସୌର ଶକ୍ତି, ଗଣିତ ବିଷୟ ବସ୍ତୁ ଉପରେ ଆଧାରିତ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଜ୍ଞାନ ମେଳାରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ତିନୋଟି ବିଭାଗର ୧୪୦ ଜଣ ଛାତ୍ରଛାତ୍ରୀ ସାମିଲ ହୋଇଥିଲା। ସରସ୍ବତୀ ବିଦ୍ୟା ମନ୍ଦିରର ବିଜ୍ଞାନ ବିଭାଗର ବରିଷ୍ଠ ଶିକ୍ଷକ ଦିବାକର ଚୌଧୁରୀ, ଗୀତା ନାୟକ ମୂଲ୍ୟାଙ୍କନ କରିଥିଲେ। ସ୍କୁଲର ନନ୍ଦିତା ଜେନା, ପାରମିତା ବିଶ୍ବାଳ, ମୀନାକ୍ଷୀ ବେହେରା, ରାଜଶ୍ରୀ ମହାପାତ୍ର, ସ୍ମିତି ରାୟଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।