କ୍ରୀଡ଼ା

ଦେଉଳବେଡ଼ା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡ଼ା ସମାରୋହ, ଭାଗ ନେଲେ ୮୦୦ ଛାତ୍ରଛାତ୍ରୀ

By Angul TV Bureau

December 05, 2024

ଅନୁଗୁଳ : ଅନୁଗୁଳ ଜିଲ୍ଲା ତାଳଚେର ଦେଉଳବେଡ଼ା କୋଲିୟରୀ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ସମାରୋହ ଆୟୋଜିତ ହୋଇଛି। ଏହି ୩୧ ତମ ଖେଳକୁଦ ସମାରୋହ ଗ୍ରୀନଗ୍ରାସ୍ ଷ୍ଟାଡିୟମରେ ଗୁରୁବାର ଉଦଘାଟିତ ହୋଇଛି।

ଉତ୍ସବରେ ମୁଖ୍ୟ ଅତିଥି ଭାବେ ତାଳଚେର ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ମେଜର ସୁବ୍ରତ କୁମାର ଦାସ ଯୋଗ ଦେଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ବାବୁଲି ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ସଂପାଦକ ସରୋଜ କୁମାର ପ୍ରଧାନ କ୍ରୀଡାର ଆଭିମୁଖ୍ୟ ଉପରେ ମତ ରଖିଥିଲେ। କ୍ରୀଡ଼ାରେ ବିଦ୍ୟାଳୟର ୮୦୦ ଜଣ ଛାତ୍ରଛାତ୍ରୀ ଭାଗ ନେବା ସହ ବିଭିନ୍ନ ସାହସିକ କାର୍ଯ୍ୟ ପ୍ରଦର୍ଶନ କରିଥିଲେ। ୫୦ ଜଣ ଗୁରୁଜୀ ଗୁରୁମା କ୍ରୀଡାକୁ ପରିଚାଳନା କରିଥିଲେ। ବିଦ୍ୟାଳୟର ଉପ ସଭାପତି ମନୋରଞ୍ଜନ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।