କ୍ରୀଡ଼ା

ଜରପଡ଼ା ଯୁକ୍ତ ଦୁଇ କଲେଜର ବାର୍ଷିକ କ୍ରୀଡ଼ା ଉଦଘାଟିତ, ବିଭିନ୍ନ ଖେଳରେ ଭାଗ ନେଲେ ଛାତ୍ରଛାତ୍ରୀ

By Sanjeeb Biswal

January 11, 2023

ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ ଜରପଡ଼ା ସ୍ଥିତ ପତିତପାବନ ଯୁକ୍ତ ଦୁଇ କଲେଜ ପରିସରରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ ହୋଇଛି। ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜରପଡ଼ା ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ଲିଙ୍ଗରାଜ ପ୍ରଧାନ, ମୁଖ୍ୟବକ୍ତା ଭାବେ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ଜଗବନ୍ଧୁ ସାହୁ ଯୋଗ ଦେଇଥିଲେ।

ଏ ଅବସରରେ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର କ୍ରୀଡ଼ା ଯଥା-ଲଙ୍ଗ ଜମ୍ପ, ହାଇ ଜମ୍ପ, ୧୦୦ ମିଟର, ୨୦୦ ମିଟର ଦୌଡ଼, ସର୍ଟଫୁଟ୍, ଡିସକସ୍ ଥ୍ରୋ ଓ ଜାଭଲିନ ଥ୍ରୋ ଆଦି ପ୍ରତିଯୋଗିତା ହୋଇଥିଲା। କ୍ରୀଡ଼ା ଶିକ୍ଷକ ରଞ୍ଜନ କୁମାର ସାହୁ ଖେଳ ପରିଚାଳନା କରିଥିବା ବେଳେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ।