ମୁଖ୍ୟ ଖବର

କୋରଡ଼ା ବିକାଶ ହତ୍ୟାକାଣ୍ଡ ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ

By Sanjeeb Biswal

December 24, 2023

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କୋରଡ଼ା ଗ୍ରାମର ବିକାଶ ବେହେରା ଅପହରଣ ଓ ହତ୍ୟା ମାମଲାରେ ପୋଲିସ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ପୂର୍ବରୁ ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ସଞ୍ଜିଲ ଗିରଫ ହୋଇ ଜେଲ୍‌ରେ ଥିବା ବେଳେ ଦ୍ବିତୀୟ ଅଭିଯୁକ୍ତ ଭାବେ କୋରଡ଼ା ଗାଁର ପ୍ରବୀଣ ସାହୁ (୨୮)କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।

ସୂଚନା ମୁତାବକ, ନଭେମ୍ବର ୨୬ ତାରିଖ ସନ୍ଧ୍ୟାରେ ବିକାଶ କୋରଡ଼ା ଗ୍ରାମର ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ପାଣିଟାଙ୍କି ନିକଟରେ ଛିଡ଼ା ହୋଇଥିବା ବେଳେ ତାଙ୍କୁ ଏକ ବୋଲେରୋରେ ଅପହରଣ କରାଯାଇ କଣିହାଁ ଥାନା ବାରିହାପୁର ଜଙ୍ଗଲରେ ହତ୍ୟା କରାଯାଇଥିଲା। ପରେ ମୃତଦେହକୁ ନେଇ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଘୋଡ଼ାଡିଆଁ ଗାଁ ନିକଟ ଆମ୍ବବନ୍ଧ ପାଣିରେ ପଥର ବାନ୍ଧି ଫିଙ୍ଗି ଦିଆଯାଇଥିଲା।

ଏହି ଘଟଣାରେ ପୋଲିସ ଛାନଭିନ କରିବା ସହିତ ଗତ ୮ ତାରିଖରେ କଣିହାଁ ଥାନା ଜାମୁଯୋଡ଼ି ଗାଁର ସଞ୍ଜିଲକୁ ଗିରଫ ପରେ ବିକାଶର ମୃତଦେହ ଉଦ୍ଧାର ହୋଇଥିଲା। ସଞ୍ଜିଲକୁ କୋର୍ଟଚାଲାଣ ଘଟଣାରେ ଆଉ ୩ ଜଣ ଫେରାର ଥିବା ବେଳେ ଜରପଡା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏହି ଘଟଣାରେ ସମ୍ପୃକ୍ତ ଥିବା କୋରଡା ଗ୍ରାମର ପ୍ରବୀଣ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।