ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖମାର ଓଭର ବ୍ରିଜ୍ତଳେ ୨୦୨୪ ସେପ୍ଟେମ୍ବର ୧୪ ତାରିଖରେ ଛେଳିଆପଡ଼ା ଗାଁର ବୁବୁ ଭଞ୍ଜଙ୍କୁ ବିଭତ୍ସଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟାକଣ୍ଡର ପୋଲିସ ତଦନ୍ତକରି ଏଥିରେ ୧୦ଜଣ ଅଭିଯୁକ୍ତ ସାମିଲ ଥିବା ଜାଣିବାକୁ ପାଇଥିଲା। ଏଥିରେ ଜଣେ ନାବାଳକ ସମେତ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫକରି କୋର୍ଟ ଚାଲାଣ କରିସାରିଛି। ବର୍ଷେ ପରେ ଶନିବାର ପୋଲିସ ଏହାର ୫ମ ଅଭିଯୁକ୍ତ ଯୁବୁରା ଓରଫ ଯୁବରାଜ ନାଏକ(୨୩)ଙ୍କୁ ଗିରଫକରି ରବିବାର କୋର୍ଟ ଚାଲାଣ କରିଛି।