ମୁଖ୍ୟ ଖବର

ଓସିଏସ୍ ପରୀକ୍ଷାର୍ଥୀଙ୍କ ପାଇଁ ପୁଣି ଏକ ସୁଯୋଗ, ପୁଣିଥରେ ପରୀକ୍ଷା ଦେଇପାରିବେ ବୋଲି ରାଜ୍ୟ ସରକାରଙ୍କ ଘୋଷଣା

By Swagatika Samantray

January 02, 2023

ଭୁବନେଶ୍ୱର : ଓସିଏସ୍ ପରୀକ୍ଷାର୍ଥୀଙ୍କୁ ପୁଣି ଏକ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର। ତିନିଟି ସୁଯୋଗ ସରିଥିଲେ ବି ପରୀକ୍ଷା ପାଇଁ ତାଙ୍କୁ ଆଉ ଏକ ସୁଯୋଗ ଦିଆଯିବ। ୨୦୧୯, ୨୦୨୦ ଓ ୨୦୨୧ରେ ଯେଉଁମାନେ ପରୀକ୍ଷା ଦେଇଥିଲେ, ସେମାନଙ୍କୁ ପୁଣି ଏକ ସୁଯୋଗ ମିଳିବ। ଏନେଇ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି। ନିର୍ଦ୍ଧାରିତ ବୟସ ସୀମା ସରିଥିଲେ ବି ପରୀକ୍ଷାର୍ଥୀଙ୍କୁ ଆଉ ଥରେ ସୁଯୋଗ ମିଳିବ। ସାଧାରଣ ପ୍ରଶାସନ ପକ୍ଷରୁ ଏନେଇ ସଙ୍କଳ୍ପ ଜାରି କରାଯାଇଛି।

ରାଜ୍ୟ ସରକାର ମୁଖ୍ୟତଃ ୨ଟି କାରଣରୁ ପରୀକ୍ଷାର୍ଥୀଙ୍କୁ ଏହି ସୁଯୋଗ ଦେଇଛନ୍ତି । ପ୍ରଥମଟି ୨୦୧୧ରୁ ୨୦୧୪ ମଧ୍ୟରେ ନିୟମିତ ଓସିଏସ୍ ପରୀକ୍ଷା ହୋଇପାରିନଥିଲା । ଦ୍ୱିତୀୟ କାରଣଟି ହେଉଛି ୟୁପିଏସସି ଢାଞ୍ଚାରେ ଓସିଏସ୍ ପରୀକ୍ଷା ହେଉଛି । ଏଥର ପ୍ରଥମ କରି ଓଡ଼ିଆରେ ମଧ୍ୟ ଓସିଏସ୍ ପରୀକ୍ଷା ଦେଇହେବ । ଏହି ସବୁ କାରଣରୁ ରାଜ୍ୟ ସରକାର ଓସିଏସ୍ ରେ ଆଉ ଏକ ସୁଯୋଗ ଛାତ୍ରଛାତ୍ରୀଙ୍କୁ ଦେଇଛନ୍ତି ।