ବନ୍ତଳା: ଅନୁଗୁଳ ଜିଲ୍ଲା ସାତକୋଶିଆ ବନଖଣ୍ଡ ଅନ୍ତର୍ଗତ କୁଲାଙ୍ଗୀ ଗାଁରେ ଏକ ବଗିଚାରେ ଫସଲ ସୁରକ୍ଷା ପାଇଁ ଘେରାଯାଇଥିବା ସୋଲାର ବାଡ଼ରେ ଲାଗି ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ହାତୀଟିର ବୟସ ପ୍ରାୟ ୧୫ ବର୍ଷ ହେବ।
ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି। ତେବେ ସୋମବାର ମଧ୍ୟରାତିରେ ଖାଦ୍ୟ ଅନ୍ଵେଷଣରେ ଏକ ହାତୀ ସାତକୋଶିଆ ବନଖଣ୍ଡ ଅନ୍ତର୍ଗତ କୁଲାଙ୍ଗୀ ଗାଁକୁ ଚାଲି ଆସିଥିଲା। ଗାଁର ଏକ ବଗିଚାରେ ଫସଲ ସୁରକ୍ଷା ପାଇଁ ଘେରାଯାଇଥିବା ସୋଲାର ବାଡ଼ରେ ଲାଗି ହାତୀଟିର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।