ମୁଖ୍ୟ ଖବର

ଅନୁଗୁଳ କ୍ରିକେଟ ସଙ୍ଘ କୋଷାଧ୍ୟକ୍ଷଙ୍କ ଇସ୍ତଫା

By Biswaranjan Pattnaik

June 12, 2022

ଅନୁଗୁଳ: ବାରବାଟୀରେ ରବିବାର ଭାରତ ବନାମ ଦକ୍ଷିଣ ଆଫ୍ରିକା ୨୦-୨୦ କ୍ରିକେଟ ମ୍ୟାଚ ପାଇଁ ଅନୁଗୁଳ କ୍ରିକେଟ ଆସୋସିଏସନକୁ ଆସିଥିବା ପାସ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଥିବା ସଂଘର କୋଷାଧ୍ୟକ୍ଷ ରଞ୍ଜନ କୁମାର ଧୀରସାମନ୍ତ ନିଜ ପଦବୀରୁ ଇସ୍ତଫା ଦେଇଥିବା ଏଟିଭିକୁ ଜଣାଇଛନ୍ତି।

ସଂଘର ଜଣେ କର୍ମକର୍ତା ଭାବେ ବାରବାଟୀ ମ୍ୟାଚ ପାଇଁ କେତେ ପାସ ଆସିଥିଲା ଏବଂ ସେସବୁ କେଉଁ ମାନଙ୍କୁ ଦିଆଗଲା ସେ ନେଇ ସଂଘର ସଭାପତି ଓ ସମ୍ପାଦକ ତାଙ୍କୁ ଅନ୍ଧାରରେ ରଖିଥିବାରୁ ସେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଖବର ସମ୍ପାଦକ ସାଗର ନାଥ ମିଶ୍ରଙ୍କ ପାଖକୁ ପଠାଇଥିବା ଜଣାଇଛନ୍ତି। ଯଦି ପାସ ବଣ୍ଟନରେ ଅନିୟମିତତା ହୋଇଥାଏ ତେବେ ସଂଘର ଆଗାମୀ ବୈଠକରେ ଝଡ ଉଠିବ ବୋଲି ଆଶା କରାଯାଉଛି।