ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ବିଜେଡିକୁ ପୁଣି ଝଟ୍‌କା

By Angul TV Bureau

November 21, 2021

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେଡିକୁ ପୁଣି ଏକ ଝଟ୍‌କା ଲାଗିଛି। ତ୍ରୀ ସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲ୍ଲାର ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ୨ ଦିନ ତଳେ ଦଳ ଛାଡ଼ିଥିବା ବେଳେ ରବିବାର ଅନୁଗୁଳ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ, ବର୍ତ୍ତମାନର ବନ୍ତଳା ପଞ୍ଚାୟତର ସମିତି ସଭ୍ୟ ଓ ଜିଲ୍ଲା ବିଜେଡିର ସମ୍ପାଦକ ଦୁର୍ଗାଚରଣ ପ୍ରଧାନ ଦଳ ଛାଡ଼ିଛନ୍ତି। ଅନୁଗୁଳ ବ୍ଲକର ଜଣାଶୁଣା ଟାଣୁଣା ନେତା ନିଜର ଇସ୍ତଫା ପତ୍ର ଜିଲ୍ଲା ବିଜେଡି ସଭାପତିଙ୍କ ପାଖକୁ ପଠାଇଛନ୍ତି। ଦଳ ତାଙ୍କ ଉପସ୍ଥିତିକୁ ଆବଶ୍ୟକ କରୁନଥିବାରୁ ସେ ଦଳ ଛାଡ଼ିଥିବା ପ୍ରକାଶ କରିଛନ୍ତି। ଦୀର୍ଘ ୩୧ ବର୍ଷ ହେବ ଅଣ କଂଗ୍ରେସ ଦଳରେ ସକ୍ରିୟ ରାଜନୀତି କରୁଥିବା ଶ୍ରୀ ସାହୁ ତିନି ତିନି ଥର ସମିତି ସଭ୍ୟ ନିର୍ବାଚିତ ହୋଇଛନ୍ତି। ଅନୁଗୁଳଭଳି ଗୁରୁତ୍ବପୂର୍ଣ୍ଣ ବ୍ଲକର ଉପାଧ୍ୟକ୍ଷ ଦାୟିତ୍ଵ ମଧ୍ୟ ତୁଲାଇଛନ୍ତି। ବିଜେଡି ଛାଡ଼ିବା ପରେ ଆଗାମୀ ଯୋଜନା ନେଇ କୌଣସି ନିଷ୍ପତ୍ତି ନେଇନଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।