ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲାରେ ୯୩ ନକ୍ସଲ ପ୍ରବଣ ବୁଥ୍

By Angul TV Bureau

February 05, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପୁଲିସ ଓ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପୁଲିସ ପ୍ରଶାସନ ତରଫରୁ ନିର୍ବାଚନ ସୁପରିଚାଳନା ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ପୁଲସ ସୂତ୍ରରୁ ଜଣା ଯାଇଛି ଯେ, ଜିଲ୍ଲାର ୮ଟି ବ୍ଲକ୍‌ର ‌‌୨୨୫ ଗ୍ରାମ ପଞ୍ଚାୟତର ମୋଟ ୩୦୨୮ଟି ବୁଥ୍ ମଧ୍ୟରୁ ୪୦୯ଟି ବୁଥ୍‌କୁ ସମ୍ବେଦନ ଶିଳ ବୁଥ୍ ଚିହ୍ନଟ କରାଯାଇଛି। ପରିସ୍ଥିତିକୁ ଦେଖି ଏଥିରେ ପରିବର୍ତ୍ତନ କରାଯାଇପାରେ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ସେହିଭଳି ଜିଲ୍ଲାରେ ପୁରୁଣାକୋଟ, ବନ୍ତଳା, ଠାକୁରଗଡ଼ ଓ ହଣ୍ଡପା ଥାନା ଅଞ୍ଚଳର ୯୩ଟି ନକ୍ସଲ ପ୍ରବଣ ବୁଥ୍‌କୁ ଚିହ୍ନଟ କରିଛି ଜିଲ୍ଲା ପୁଲିସ। ପୁରଣାକୋଟ ଥାନା ଅନ୍ତର୍ଗତ ଟିକରପଡ଼ା, ଅନ୍ତୁଳିଆ, ଜଗନ୍ନାଥପୁର, କୋଠଭୁଇଁ, ପୁରୁଣାକୋଟ, ମାଣିକଯୋଡ଼ି, ଟାଇଁସି ଓ ବଲଙ୍ଗ ପଞ୍ଚାୟତରେ ୭୪ଟି, ବନ୍ତଳା ଥାନା ଅନ୍ତର୍ଗତ ବଡ଼କନ୍ତକୁଳ ଓ ବଲଙ୍ଗ ପଞ୍ଚାୟତର ୮ଟି ବୁଥ୍, ଠାକୁରଗଡ଼ ଥାନା ଅନ୍ତର୍ଗତ ମଇମୁରା, ସାପଘରା ଓ କନ୍ତପଡ଼ା ପଞ୍ଚାୟତର ୮ଟି ବୁଥ୍ ଓ ହଣ୍ଡପା ଥାନା ଅନ୍ତର୍ଗତ ନାକିଚି, ହଣ୍ଡପା ଓ କଣ୍ଟେଇକୋଳିଆ ପଞ୍ଚାୟତର ୩ଟି ବୁଥ୍କୁ ନକ୍ସଲ ପ୍ରବଣ ବୁଥ୍‌ଭାଵେ ପୁଲିସ ଚିହ୍ନଟ କରିଛି। ଏଠାରେ ନିର୍ବାଚନ ପରିଚାଳନା ପାଇଁ ପୁଲିସ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିଭଳି ଆଇନ ଶୃଙ୍ଖଳା ପରିଚାଳନା ପାଇଁ ୧୧୯ଟି ମୋବାଇଲ ପାଟ୍ରୋଲିଂ ପାର୍ଟି କରାଯାଇଛି। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟ ପାଇଁ ୩୬ଟି, ୨ୟ ପର୍ଯ୍ୟାୟ ପାଇଁ ୩୦ଟି, ୩ୟ ପର୍ଯ୍ୟାୟ ପାଇଁ ୩୧ଟି ଓ ୪ର୍ଥ ପର୍ଯ୍ୟାୟ ପାଇଁ ୨୨ଟି ମୋବାଇଲ ପାଷଟ୍ରାଲିଂ ପାର୍ଟି ନିୟୋଜିତ ହେବେ। ଏମାନଙ୍କ କାର୍ଯ୍ୟକୁ ସୁପରିଚାଳନା ପାଇଁ ୪୧ଟି ସୁପରଭାଇଜରୀ ମୋବାଇଲ ପାର୍ଟି ନିୟୋଜିତ ହେବେ।