ଅନୁଗୁଳ: ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲ ପରିସରରେ ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦ ଆନୁକୁଲ୍ୟରେ ଆଜି ଏକ ପୁସ୍ତକ ଉନ୍ମୋଚନ ସମାରୋହ ଆୟୋଜିତ ହୋଇଯାଇଛି।
ସଂସଦର ସଭାପତି କୁମୁଦ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହକୁ ରାଜ୍ୟ ଅତିରିକ୍ତ ସଚିବ ଟେକ୍ନିକାଲ ଏଜୁକେଶନ ତପନ କୁମାର ଶତପଥୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅନୁଗୁଳର ସାହିତ୍ୟ, ସଂସ୍କୃତି ବେଶ ରୁଦ୍ଧିମନ୍ତ ବୋଲି ପ୍ରକାଶ କରିଥିଲେ। ଉଦଘାଟକ ରୂପେ ସମାଜସେବୀ କ୍ରୀଷ୍ଣା ମହାନ୍ତି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଡଃ ଭବାନୀ ଶଙ୍କର ମିଶ୍ର ସଂସଦର ଉପସଭାପତି ଡଃ ଶାନ୍ତନୁ ସର, ସମ୍ପାଦକ ରାଧାକାନ୍ତ ମହାନ୍ତି ଯୋଗ ଦେଇଥିଲେ।
ଅତିଥିମାନେ ଡଃ ରମାମଞ୍ଜରି ସାହୁ ଏବଂ ନଗେନ୍ଦ୍ର ନାଥ ଦାଶଙ୍କ ମିଳିତ ଉଦ୍ୟମରେ ରଚିତ ଅନୁଗୁଳର ଇତିହାସ ଓ ସଂସ୍କୃତି ପୁସ୍ତକକୁ ଉନ୍ମୋଚନ କରିଥିଲେ।ଅନୁଗୁଳ ର ଇତିହାସ,କଳା ସଂସ୍କୃତି ଉପରେ ଗତ ପାଞ୍ଚ ବର୍ଷ ଧରି ଅଧ୍ୟୟନ କଲାପରେ ଏହି ପୁସ୍ତକଟି ପ୍ରକାଶିତ ହୋଇଛି।
ପ୍ରାକ୍ ଐତିହାସିକ ଯୁଗରେ ଅନୁଗୁଳ, ସ୍ଵାଧୀନତା ପରବର୍ତ ବିକାଶ, ସାନକେରଜଙ୍ଗରୁ ମିଳିଥିବା ପ୍ରାକ ଐତିହାସିକ ଯୁଗର ଭଗ୍ନାବଶେଷ, ଜିଲ୍ଲାର କଳା ସଂସ୍କୃତି, ନବ ମାଳତୀଙ୍କ କର୍ମ କ୍ଷେତ୍ର, ପ୍ରଜା ଆନ୍ଦୋଳନ ଆଦି ବିଷୟ ପୁସ୍ତକରେ ବିଶେଷ ସ୍ଥାନ ପାଇଛି।ପୁସ୍ତକର ରଚୟିତା ଡଃ ରମା ମଞ୍ଜରୀ ସାହୁ ଏବଂ ନଗେନ୍ଦ୍ରାନଥ ଦାଶ ନିଜର ଅନୁଭୂତି ପ୍ରକାଶ କରିଥିଲେ ଶେଷରେ କବିତା ପାଠ ଆୟୋଜିତ ହୋଇଥିଲା।