ଅନୁଗୁଳ: ରାଜ୍ୟସ୍ତରୀୟ ଟାଇ ବକ୍ସ ପ୍ରତିଯୋଗିତାରେ ଅନୁଗୁଳକୁ ବଡ଼ ସଫଳତା। ଭୁବନେଶ୍ୱର ଠାରେ ଅନୁଷ୍ଠିତ ପ୍ରଥମ ରାଜ୍ୟସ୍ତରୀୟ ଟାଇ ବକ୍ସ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାର ଛାତ୍ରଛାତ୍ରୀ ଉପବିଜେତା ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଜିଲ୍ଲାରୁ ମୋଟ୍ ୩୩ ଜଣ ବାଳକ ଓ ବାଳିକା ଅଂଶ ଗ୍ରହଣ କରିଥିଲେ।
ବାଳିକା ବିଭାଗର କୋଚ୍ ତଥା ଓପି ଜିନ୍ଦଲ ସ୍କୁଲ ଶିକ୍ଷୟିତ୍ରୀ ତପସ୍ୱିନୀ ପ୍ରଧାନ, ବାଳକ ବିଭାଗର କୋଚ୍ ରୋଟାରୀ ପବ୍ଲିକ ସ୍କୁଲ ର ଶିକ୍ଷକ ଦୁଷ୍ମନ୍ତ କୁମାର ନାଥ ଓ ଚିତ୍ତ ରଞ୍ଜନ ମହନ୍ତଙ୍କ ତତ୍ତ୍ୱାବଧାନରେ ସମସ୍ତ ଛାତ୍ରଛାତ୍ରୀ ଭୁବନେଶ୍ୱର ଯାତ୍ରା କରିଥିଲେ। ଏହି ସଫଳତା ପରେ ଅତିରିକ୍ତ ଜିଲ୍ଲାପାଳ ରଜନୀ କାନ୍ତ ସ୍ୱାଇଁ, ଉପଜିଲ୍ଲାପାଳ ବୈତୁରା ଦୀପ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଶାନ୍ତ କୁମାର ସିହ୍ନା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ, ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ବିନୋଦ ଚନ୍ଦ୍ର ଦେହିରି, ପୂର୍ବତନ ନଗରପାଳ ଶକ୍ତି ପ୍ରସାଦ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦେବତା ପ୍ରମୁଖ ପ୍ରତିଯୋଗୀଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି।