ଅନୁଗୁଳ: ଅନୁଗୁଳ-ନରସିଂହପୁର ବୁଢ଼ାବୁଢ଼ୀ ଘାଟିର ଦ୍ୱିତୀୟ ବାଙ୍କରେ ଶନିବାର ରାତିରେ ଦୁର୍ଘଟଣା ଘଟି ପୁଣି ଏକ ୧୪ ଚକିଆ ଟ୍ରକ ଅଟକି ରହିଥିବାରୁ ଅନୁଗୁଳରୁ ନରସିଂହପୁରକୁ ଯାତାୟାତ ବନ୍ଦ ରହିଛି । ପ୍ରକାଶ ଥାଉକି, ଏହି ଘାଟି ରାସ୍ତାରେ ଦୈନିକ ଶହ ଶହ ଭାରିଯାନ ଯାତାୟାତ କରୁଛି । ଆବଶ୍ୟକତା ଠାରୁ ଅଧିକ ଭାରିଯାନ ଯାତାୟାତ କରୁ ଥିବାରୁ ବାରମ୍ବାର ଏହି ଘାଟିରେ ଦ୍ୱିତୀୟ ବାଙ୍କରେ ଦୁର୍ଘଟଣା ଘଟିବା ସହ ଅନେକ ସମୟରେ ଟ୍ରକ ରାସ୍ତା ଉପରେ ଅଟକି ରହୁଛି । ଫଳରେ ଘଣ୍ଟା ଘଣ୍ଟା ଧରି ଅନୁଗୁଳ-ନରସିଂହପୁର ମଧ୍ୟରେ ଯାତାୟାତ ବନ୍ଦ ରହୁଛି । ପ୍ରଶାସନ ପକ୍ଷରୁ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବା ପାଇଁସାଧାରଣରେ ଦାବି ହେଉଛି।