ଅନ୍ୟାନ୍ୟ

ଅନୁଗୁଳ ଡାକଘରର ୪୨ତମ ପ୍ରତିଷ୍ଠା ଦିବସ

By Biswaranjan Pattnaik

October 03, 2021

ଅନୁଗୁଳ: ଅନୁଗୁଳ ପ୍ରଧାନ ଡାକଘରର ୪୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ୱର ଡାକସେବା ନିର୍ଦେଶକ ଆଦିତ୍ୟ କୁମାର ନାୟକ ମୁଖ୍ୟଅତିଥି ରୁପେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ନିଷ୍ଠା ଓ ସେବା ମନବୃତି ରଖି ଗ୍ରାହକ ସେବା କରିବାକୁ ସେ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ରୂପେ ଢେଙ୍କାନାଳ ଡାକ ଅଧିକ୍ଷକ ଜଗଦୀଶ ଦାଶ, ପୋଷ୍ଟାଲ ବ୍ୟାଙ୍କ ପ୍ରବନ୍ଧକ ମୁରଲୀଧର ସାହୁ,ସହକାରୀ ଡାକ ଅଧିକ୍ଷକ ଟିକନ କୁମାର ଦେବତା ଯୋଗଦେଇ ସମୟ ସହ ତାଳ ଦେଇ ଡାକ ବିଭାଗର କିଭଳି ଆଧୁନିକୀକରଣ ହୋଇଛି ତାହା ବର୍ଣ୍ଣନା କରିଥିଲେ। ସମାରୋହରେ ଅନୁଗୁଳ ଡାକପାଳ ସୁଶାନ୍ତ କୁମାର ପାଣିଗ୍ରାହୀଙ୍କ ଦ୍ୱାରା ସଂକଳିତ ବୁକ୍ ଅଫ ଇନଫରମେସନ ପୁସ୍ତକକୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ। ଶେଷରେ ପୋଷ୍ଟାଲ ରିକ୍ରିଏସନ କ୍ଲବ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।କାର୍ଯ୍ୟକ୍ରମରେ ସରୋଜ ମହାପାତ୍ର ମଞ୍ଚ ସଞ୍ଚାଳନ କରିଥିଲେ ।