କ୍ରୀଡ଼ା

ରାଜ୍ୟସ୍ତରୀୟ କରାଟେ ପ୍ରତିଯୋଗିତାରେ ଅନୁଗୁଳ ଛାତ୍ରଛାତ୍ରୀଙ୍କ କୃତିତ୍ୱ, ୧୨ ଜଣ ହାତେଇଲେ ୨୧ ପଦକ

By Angul TV Bureau

June 15, 2022

ଅନୁଗୁଳ: କଟକ ଶ୍ରୀକ୍ଷେତ୍ର ମଣ୍ଡପ ଠାରେ ଆୟୋଜିତ ୮ମ ରାଜ୍ୟସ୍ତରୀୟ ତାଡିସୋନାଲ ସୋଟାକାନ କାରଟେ ଚାମ୍ପିୟନ ସିପ୍ ୨୦୨୨ ରେ ଅନୁଗୁଳର ପ୍ରତିଯୋଗୀ ଅଂଶଗ୍ରହଣ କୃତିତ୍ୱ ଅର୍ଜନ କରିଛନ୍ତି। ନାଲକୋ ନଗର ସ୍ଥିତ ଉତ୍କଳ କରାଟେ ସ୍କୁଲର ମୁଖ୍ୟ ପ୍ରଶିକ୍ଷକ ସେନସେଇ ଜୟଦେବ ପଟ୍ଟନାୟକ ଷଷ୍ଠ ଡାନ ବ୍ଲାକ୍ ବେଲ୍ଟଙ୍କ ତତ୍ତ୍ୱାବଧାନରେ ପିଲାମାନେ ଅଂଶ ଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗିତାରେ ଅନୁଗୁଳଉତ୍କଳ କରାଟେ ସ୍କୁଲର ୫ ଜଣ ବାଳିକା ଏବଂ ୭ ଜଣ ବାଳକ ଭାଗ ନେଇ ୧୬ ଟି ଗୋଲ୍ଡ, ୩ଟି ସିଲଭର ଏବଂ ୨ଟି ବୋଞ୍ଜ ପଦକ ଜିତିଛନ୍ତି।

ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ୧୨ ରୁ ୧୫ ଟି ଜିଲ୍ଲାର ପ୍ରାୟ ୩୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଓଡିଶା ଟ୍ରାଡିସୋନାଲ ସୋଟାକାନ କାରଟେ ଆସୋସିଏସନ ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।