ଅନୁଗୁଳ: ଅନୁଗୁଳ ଜିଲ୍ଲାର ମହାନଦୀ କୂଳରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଜଳକ୍ରୀଡା ପ୍ରକଳ୍ପ ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାର ୪୨ ଟି ସ୍ଥାନରେ ବିଭିନ୍ନ ନଦୀ, ଜଳଭଣ୍ଡାର ନିକଟରେ ଏଭଳି ପ୍ରକଳ୍ପ ନିର୍ମାଣ କରାଯିବ ।ଏଠାରେ ଜଳକ୍ରୀଡ଼ା ଛଡା ବୋଟିଂ ପାର୍କ,ରେଷ୍ଟୁରାଣ୍ଟ ଆଦିର ବ୍ୟବସ୍ଥା ରହିବ।ଅନୁଗୁଳ ଜିଲ୍ଲା ପର୍ଯ୍ୟଟନର ବିକାଶରେ ଏହା ବିଶେଷ ସହାୟକ ହେବ ବୋଲି ଆଶା କରାଯାଏ।