ଅନୁଗୁଳ: ଆସନ୍ତା ଜୁନ ୨୧ ତାରିଖରେ ଅଷ୍ଟ୍ରିଆର ରାଜଧାନୀ ଭିଏନାର ଭିଏଚ୍ଏସ୍ ମାରିଆହିଫ କମ୍ମ୍ୟୁନିଟି କଲେଜରେ ଓଡ଼ିଶୀ ନୃତ୍ୟ ପରିବେଷଣ କରବେ ଅନୁଗୁଳ ଝିଅ। ଭାରତ ସରକାରଙ୍କ ଆଇସିସିଆରର ସହଯୋଗରେ ଉଭୟ ଦେଶର ସାଂସ୍କୃତିକ ଭାବ ବିନିମୟ କାର୍ଯ୍ୟକ୍ରମର ଅଂଶବିଶେଷ ରୂପେ ଏହି ନୃତ୍ୟ ପରିବେଷଣ କରାଯିବ। ସୁନାମଧନ୍ୟ ଗୁରୁ ସ୍ୱପ୍ନାରାଣୀ ସିହ୍ନାଙ୍କ ନେତୃତ୍ୱରେ ନୃତ୍ୟ ନୀଳୟର କଳାକାର ମାନେ ସେଠାରେ ଓଡିଶୀ ନୃତ୍ୟ ପରିବେଷଣ କରି ଜିଲ୍ଲା ତଥା ଦେଶର ଟେକ ରଖିବେ। ଦଶ ଜଣିଆ ଦଳର ଅନ୍ୟ କଳାକାର ମାନେ ହେଲେ ଡା ଅଙ୍କିତା ରଥ, ଆନିଶା ସିହ୍ନା, ଅସ୍ମିତା ସିହ୍ନା, ତମନ୍ନା ପାତ୍ର, ପିନାକୀ ଦାସ, ସ୍ବର୍ଣ୍ଣାଙ୍କି ଦାସ, ଦୀପ୍ତିମୟୀ ସାହୁ, ଯଶୋବନ୍ତ ସାମଲ ଓ ରତି ରଞ୍ଜନ ଅମାନ୍ତ। ଆସନ୍ତା ୧୭ ତାରିଖରେ ନୃତ୍ୟ ନୀଳୟ ଗ୍ରୁପ ଭିଏନା ଅଭିମୁଖେ ଯାତ୍ରା କରିବେ।ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।