ମୁଖ୍ୟ ଖବର

ଏଣିକି ଭାରତ ବିରୋଧରେ ଯେକୌଣସି ଆତଙ୍କବାଦୀ କାର୍ଯ୍ୟକୁ ଯୁଦ୍ଧ ବୋଲି ଧରାଯିବ: କେନ୍ଦ୍ର ସରକାର

By Angul TV Bureau

May 10, 2025

ନୂଆଦିଲ୍ଲୀ: ଏଣିକି ଭାରତ ବିରୋଧରେ ଯେକୌଣସି ଆତଙ୍କବାଦୀ କାର୍ଯ୍ୟକୁ ଯୁଦ୍ଧ ବୋଲି ଧରାଯିବ ଓ ସେହି ଅନୁଯାୟୀ ଜବାବ ଦିଆଯିବ। ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର।ଭାରତ ସରକାରଙ୍କ ସୂଚନା ଅନୁଯାୟୀ, ପାକିସ୍ତାନ ପକ୍ଷରୁ ଜାରି କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ସ୍ପଷ୍ଟ ବାର୍ତ୍ତା ଦିଆଯାଇଛି ଯେ ଏବେଠାରୁ ଯେକୌଣସି ଆତଙ୍କବାଦୀ କାର୍ଯ୍ୟକଳାପକୁ ଭାରତ ବିରୁଦ୍ଧରେ ଯୁଦ୍ଧ କାର୍ଯ୍ୟ ଭାବରେ ବିବେଚନା କରାଯିବ ଏବଂ ସମାନ ସ୍ତରରେ ଏହାର ଜବାବ ଦିଆଯିବ। ପାକିସ୍ତାନ ଦ୍ୱାରା ପ୍ରାୟୋଜିତ ଦୀର୍ଘକାଳୀନ ସୀମାପାର ଆତଙ୍କବାଦ ଏବଂ ଜାରିଥିବା ଉତ୍ତେଜନାମୂଳକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

ଏଥିସହ ଭାରତର ନୀତି ଏବେ ‘ନୂତନ ଭାରତ’ ଚିନ୍ତାଧାରାକୁ ପ୍ରତିଫଳିତ କରୁଛି, ଯେଉଁଥିରେ କୂଟନୀତି ଏବଂ ସାମରିକ ଶକ୍ତି ଉଭୟ ବ୍ୟବହାର କରି ଦେଶର ସୁରକ୍ଷା ଏବଂ ସମ୍ମାନକୁ ସୁରକ୍ଷିତ ରଖାଯିବ ବୋଲି ସରକାର ବାର୍ତ୍ତା ଦେଇଛନ୍ତି।