ଅନ୍ୟାନ୍ୟ

ତାଳଚେର ମହୋତ୍ସବରେ ବ୍ୟବସାୟ ନିମନ୍ତେ ଦରଖାସ୍ତ ଆହ୍ୱାନ, ୨୧ ତାରିଖ ମଧ୍ୟରେ କରିପାରିବେ ଆବେଦନ

By Angul TV Bureau

December 19, 2023

ତାଳଚେର: ତାଳଚେର ମହୋତ୍ସବ ପାଇଁ ସ୍ଥାନୀୟ କଲେଜ ପଡିଆ ଠାରେ ଅସ୍ଥାୟୀ ଉଠା ଦୋକାନ ଆବଣ୍ଟନ ନିମନ୍ତେ ଜନସାଧାରଣ ଓ ବ୍ୟବସାୟୀଙ୍କ ଠାରୁ ଖୋଲା ଦରଖାସ୍ତ ଆହ୍ୱାନ କରାଯାଇଛି। ସୂଚନା ମୁତାବକ, ୧୨ ଫୁଟ × ୧୫ ଫୁଟର ୫୦ରୁ ୮୦ ପର୍ଯ୍ୟନ୍ତ ଷ୍ଟଲ ଆବଣ୍ଟନ କରାଯିବ। ଦରଖାସ୍ତ ଗ୍ରହଣ ଓ ଧାର୍ଯ୍ୟ ଦେୟ ଦାଖଲ ସମୟର ପ୍ରାଥମିକତାକୁ ବିଚାରକୁ ନେଇ ଆବଣ୍ଟନ ଚୂଡାନ୍ତ କରାଯିବ। ସେଥିରୁ ୧୫ଟି ଷ୍ଟଲକୁ ଖାଦ୍ୟପେୟ ନିମନ୍ତେ ସଂରକ୍ଷିତ ରଖାଯିବ। ଏଥିପାଇଁ ଇଚ୍ଛୁକ ବ୍ୟକ୍ତି ବିଶେଷ ଡିସେମ୍ବର ୨୧ ଅପରାହ୍ନ ୧.୩୦ ମଧ୍ୟରେ ଉପଜିଲ୍ଲାପାଳଙ୍କ ସେକ୍ସନ ଅଫିସର ନଗେନ ଶତପଥୀ (ମୋ: 9437499668)ଙ୍କ ନିକଟରେ ଦରଖାସ୍ତ ସମେତ ପ୍ରଶାସନ ଦ୍ୱାରା ଧାର୍ଯ୍ୟ ମୂଲ୍ୟ ପୈଠ କରି ତିନିଦିନ ପାଇଁ ବ୍ୟବସାୟ କରିବାର ସୁଯୋଗ ହାସଲ କରିବାକୁ କୁହାଯାଇଛି।