ମୁଖ୍ୟ ଖବର

ତାଳଚେର ସରକାରୀ ମେଡିକାଲ୍ କଲେଜକୁ ସରକାର ପରିଚାଳନା ନ କଲେ ଏପ୍ରିଲ ୧ ରେ ବନ୍ଦ ହେବ ସହର

By Angul TV Bureau

March 03, 2023

ତାଳଚେର: ତାଳଚେର ସରକାରୀ ମେଡିକାଲ୍ କଲେଜ୍‌କୁ କାର୍ଯ୍ୟକାରୀ କରିବା ପାଇଁ କ୍ରିୟାନୁଷ୍ଠାନ କମିଟିର ପ୍ରତିଷ୍ଠା ବାର୍ଷିକୀରେ ଏକ ସଚେତନ ନାଗରିକ ସମାବେଶ ମେଡିକାଲ୍ କଲେଜ୍ ସମ୍ମୁଖରେ ଅନୁଷ୍ଠିତ ହୋଇଛି। ଆବାହକ ପଦ୍ମଚରଣ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାବେଶରେ ତାଳଚେର ମେଡିକାଲ୍ କଲେଜକୁ ସରକାରୀ ପରିଚାଳନା କରି ନଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା।

ଯଦି ଆସନ୍ତା ମାର୍ଚ୍ଚ ୩୦ ମଧ୍ୟରେ ସରକାର ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ ଘୋଷଣା ନ କରାଯାଏ, ତେବେ ଆସନ୍ତା ଏପ୍ରିଲ୍ ୧ ତାରିଖ ଦିନ ୧୨ ଘଣ୍ଟିଆ ତାଳଚେର ବନ୍ଦ କରାଯିବ ବୋଲି ସମାବେଶରେ ଚେତାବନୀ ଦିଆଯାଇଛି। ଏହି ସଭାରେ କରୁଣାକର ସାହୁ, ଦିଗାମ୍ବର ଗଡନାୟକ, କେଶବ ଭୂତିଆ, ଅଭୟ ପାଣି, ଜୟସେନ୍ ମେହେର, ବିଭୁତି ସାହୁ, ବାଉରୀବନ୍ଧୁ ବେଜ, ପ୍ରହ୍ଲାଦ ଚନ୍ଦ୍ର ସାହୁ, ପ୍ରେମାନନ୍ଦ ମହାନ୍ତି, ଗଗନ ଦାସ, ଭୁପେନ୍ ଥମ୍ବ, ରଣଜିତ୍ ମହାପାତ୍ର, କୈଳାସ ସାହୁ, କୁମର ସାହୁ, ଚୈତନ୍ୟ ପ୍ରଧାନ, ପ୍ରଗତିବାଳା ନାୟକ, ଜିନେଶ ସାହୁ, ପ୍ରଫୁଲ ନାଏକ, ଉଚ୍ଛନ ପଟ୍ଟନାୟକ, ନୃସିଂହ ଗୋଛାୟତ, ସଂଜୀବ ନାଏକ, ଭଗବାନ ପ୍ରଧାନ, ସୁକାନ୍ତ ଦାସ, ପରମାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ।