ଅନୁଗୁଳ: ଆଜକୁ ଦଶ ବର୍ଷ ତଳର ସ୍ଥିତି କଥା ଯଦି କୁହାଯିବ ତେବେ ସେତେବେଳେ ଅନୁଗୁଳ ଜିଲ୍ଲାରେ ମ୍ୟାରେରିଆ ବେଶ ଉଦବେଗଜନକ ଅବସ୍ଥାରେ ଥିଲା। ଅନୁଗୁଳ ବ୍ଲକର ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳ,ଆଠମଲ୍ଲିକ,କଣିହାଁ,ପାଲଲହଡ଼ା ଆଦି ଅଞ୍ଚଳରେ ଅଧିକ ମ୍ୟାଲେରିଆ ଦେଖିବାକୁ ମିଳୁଥିଲା। ସେତେବେଳେ ଅନୁଗୁଳ ସମେତ ରାଜ୍ୟର ୧୭ ଟି ଜିଲ୍ଲାରେ ମ୍ୟାଲେରିଆ ତାର କାୟା ବିସ୍ତାର କରିଚାଲିଲା। ପ୍ଲାଜମୋଡିୟମ୍ ଫଲ୍ସିପରମ୍ ପାରାସାଇଟ ଯୋଗୁଁ ଅନେକ ରୋଗୀ ଆକ୍ରାନ୍ତ ହେବାରେ ଲାଗିଲେ।
ତେଣୁ ସରକାରଙ୍କ ପକ୍ଷରୁ ଏହାର ମୁକାବିଲା ପାଇଁ ବହୁମୁଖି କାର୍ଯ୍ୟକ୍ରମ ହାତକୁ ନିଆଗଲା।ଦମନ କାର୍ଯ୍ୟକ୍ରମକୁ ବିନିଯୋଗ କରାଯାଇ ମ୍ୟାଲେରିଆ କିଭଳି ସମ୍ପୂର୍ଣ୍ଣ ନିପାତ ହେବ ତାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଗଲା। ଗାଁ ଠୁ ବ୍ଲକ ସବୁଠି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେଲା।ପ୍ରତ୍ୟେକ ଲୋକଙ୍କୁ ପର୍ଯ୍ୟାୟକ୍ରମେ ଡେ଼ଲଟାମେଥରିନ ଔଷଧ ବୁଡ଼ା ମଶାରୀ ବଣ୍ଟନ,ମଶା ଅଞ୍ଚଳରେ ଔଷଧ ସ୍ପ୍ରେ,ଆଶା ମାନଙ୍କୁ ତୁରନ୍ତ ମ୍ୟାଲେରିଆ ଚିହ୍ନଟ କିଟ୍ ପ୍ରଦାନ,ମାଗଣାରେ ଔଷଧ ବଣ୍ଟନ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦିଆଗଲା।
ଏହାପରେ ବେକାବୁ ହୋଇଥିବା ମ୍ୟାଲେରିଆ ନିୟନ୍ତ୍ରଣ ଭିତରକୁ ଆସିଥିଲା। ୨୦୧୫ ରୁ ୨୦୧୯ ମଧ୍ୟରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ୯୯.୭୧ ପ୍ରତିଶତକୁ ଖସାଇ ଦିଆଗଲା। ଏହାପରେ ମଧ୍ୟ ରାଜ୍ୟ ସରକାର ଏନଭିଡ଼ିସିପି ସହଯୋଗରେ ମ୍ୟାଲେରିଆ ଦମନ କାର୍ଯ୍ୟକ୍ରମକୁ ଚାଲୁ ରଖିଲେ।
ଶେଷରେଏହାର ସଫଳତା ମିଳିଲା ଏବଂ ମ୍ୟାଲେରିଆ ଆଉ ଜିଲ୍ଲାରେ ଆତଙ୍କ ହୋଇ ରହିନାହିଁ।