ମୁଖ୍ୟ ଖବର

ବଦଳିଲେ ଅନୁଗୁଳ ବିଡିଓ, ଅରବିନ୍ଦ ବେହେରା ହେଲେ ନୂଆ ଅଧିକାରୀ

By Biswaranjan Pattnaik

August 12, 2022

ଅନୁଗୁଳ: ବଦଳିଲେ ଅନୁଗୁଳ ବିଡିଓ। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନୁଗୁଳ ବିଡିଓ ଭାବେ ଅରବିନ୍ଦ ବେହେରା ନିଯୁକ୍ତ ହୋଇଛନ୍ତି। ଏବେ ସେ ଧର୍ମଶାଳା ବ୍ଲକ୍‌ର ବିଡିଓ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ଅନୁଗୁଳରେ ଥିବା ବିଡିଓ ସନ୍ଧ୍ୟାଞ୍ଜଳି ମାଝୀଙ୍କର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରକୁ ବଦଳି ହୋଇଛି। ସେଠାକୁ ସେ ତହସିଲଦାର ଭାବେ ଯାଇଛନ୍ତି।

ସେହିପରି ବିଷମକଟକ ବିଡିଓ ଭାବେ କାର୍ଯ୍ୟରତ ଥିବା ଆଲବର୍ଟ ଲାକ୍ରାଙ୍କର ଆଠମଲ୍ଲିକ ବିଡିଓ ଭାବେ ବଦଳି ହୋଇଛି। ଏଠାରେ କାର୍ଯ୍ୟରତ ବିଡିଓ ସନ୍ତୋଷ ସାହୁ ପୁରୁ‌ଷୋତ୍ତମପୁର ତହସିଲଦାର ଭାବେ ବଦଳି ହୋଇ ଯାଇଛନ୍ତି।