କ୍ରୀଡ଼ା

୨ୟ ମା’ ଫଟାକାଞ୍ଜିଆ କ୍ରିକେଟ ଏରିନା ଉଦଯାପିତ, ଅରାହାଟ ଚାମ୍ପିୟନ

By Angul TV Bureau

February 26, 2024

ଅନୁଗୁଳ: ସ୍ଥାନୀୟ ତୁଳସୀପାଳ ପଞ୍ଚାୟତ ଗୋଡ଼ିସାହି ସ୍ଥିତ ମା’ ଫଟାକାଞ୍ଜିଆ ଖେଳ ପଡିଆ ଠାରେ ୨ୟ ମା’ ଫଟାକାଞ୍ଜିଆ କ୍ରିକେଟ ଏରିନା ୨୦୨୪ ଉଦଯାପିତ ହୋଇଛି। ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ଅଜା ତଥା ଯବାନ ସ୍ବର୍ଗତ ଦିବାକର ପ୍ରଧାନଙ୍କ ସ୍ମୃତିରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି। ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ଭାଗ ନେଇଥିଲେ। ଆଜିର ଫାଇନାଲ ମ୍ୟାଚ୍ ବୁଢାପଙ୍କ ଓ ଅରାହାଟ କ୍ରିକେଟ ଦଳ ମଧ୍ୟରେ ହୋଇଥିଲା। ଅରାହାଟ ଦଳ ୩ ଟି ସିରିଜ ମ୍ୟାଚରୁ ୨ ଟି ରେ ବିଜୟ ହୋଇ ଚାମ୍ପିୟନ ହୋଇଛି। ଆଜିର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ସାଂସଦ ମହେଶ ସାହୁ ଓ ବିଶିଷ୍ଟ ଅତିଥି ଭାବେ ରାଜ୍ୟ ଖାଦ୍ୟ ସୁରକ୍ଷା ଆୟୋଗର ଅଧ୍ୟକ୍ଷ ଅବନୀକାନ୍ତ ସାହୁ ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ନଗରପାଳ ଅକ୍ଷୟ କୁମାର ସାମନ୍ତ , ସାଂସଦଙ୍କ ପ୍ରତିନିଧି ଭକ୍ତି ପ୍ରସାଦ ଦାସ, ବଅଁରପାଳ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିର୍ମଳ ଗଡନାୟକ, ତୁଳସୀପାଳ ସରପଞ୍ଚ ସୁନୀତା ସେଠୀ, ସମିତିସଭ୍ୟ କର୍ଣ୍ଣ ଗୋଚ୍ଛାୟତ, ବନ୍ଦା ସମିତିସଭ୍ୟ ଦୁଷ୍ମନ୍ତ ଗଡ଼ନାୟକ, ବୁଢାପଙ୍କ ସମିତିସଭ୍ୟ ବାବୁନ ବେହେରା, ତୁଳସୀପାଳର ପୂର୍ବତନ ସରପଂଚ ଲୋକନାଥ ସାହୁ , ପୂର୍ବତନ ସମିତିସଭ୍ୟ ମାଧୁରୀ ବିଶୋଇ, କାଉନସିଲର ବଳରାମ ଜେନା, ଗୋଡିସାହି ଲକ୍ଷ୍ମୀ ପୂଜା କମିଟିର ସଭାପତି ବିନୟ କୁମାର ସାହୁ, ବିଜୁ ଯୁବ ଜନତା ଦଳର ଜିଲ୍ଲା ଉପସଭାପତି ପ୍ରକାଶ ଚନ୍ଦ୍ର ଭୋଇ, ସମ୍ପାଦକ ସଞ୍ଜୀବ ସାହୁ, ଯୁବ ସମାଜସେବୀ ତାପସ କୁମାର ପାଲ ପ୍ରମୁଖ ଉପସ୍ଥିତ ଥିଲେ।