ଅନୁଗୁଳ: ଅନୁଗୁଳ ଡିଫେନ୍ସ ଭେଟେରାନ ଦ୍ଵାରା ବାସନ୍ତୀ ଦୁର୍ଗା ମଣ୍ଡପ ପରିସରରେ ସ୍ଥଳ ସେନା ଦିବସ ପାଳିତ ହୋଇଯାଇଛି। ଉପଦେଷ୍ଟା ଅଶୋକ କୁମାର ପ୍ରଧାନ ଏବଂ ଭେଟେରାନ ରଂଜିତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏହି ସଭା ଅନୁଷ୍ଠିତ ହୋଇଥିଲା।
ପ୍ରାୟ ୭୦ ଜଣ ଭେଟେରାନ ଏହି କାର୍ଯକ୍ରମରେ ଉପସ୍ଥିତ ଥିଲେ। ଏଥିରେ ଏ.ଡି.ଭିର ସଭାପତି ଅନିଲ କୁମାର ମହାନ୍ତି, ଭେଟେରାନ ସୁଶାନ୍ତ କୁମାର ପ୍ରଧାନ, ଭେଟେରାନ ପ୍ରଶାନ୍ତ କୁମାର ମିଶ୍ର, ଭେଟେରାନ ବିଭୂତି ଭୂଷଣ ପଟ୍ଟନାୟକ, ଭେଟେରାନ ଜୟକୃଷ୍ଣ ନାଥ, ଭେଟେରାନ ପ୍ରଫୁଲ୍ଲ କୁମାର ସାହୁ, ଭେଟେରାନ ରାମଚନ୍ଦ୍ର ତ୍ରିପାଠୀ ଏବଂ ଅନୁଗୁଳ ହବର ଭେଟେରାନ ଭାଇମାନେ ଯୋଗଦେଇଥିଲେ।
ଜାନୁୟାରୀ ୧୫-୧୯୪୯ ରେ ଭାରତର କେ.ଏମ୍ କରିଆପ୍ପା ଦେଶର ପ୍ରଥମ କମାଣ୍ଡର ଇଁ-ଚିଫ ଭାବେ ବ୍ରିଟିଶ ସେନାଧ୍ୟକ୍ଷଙ୍କ ଠାରୁଦାୟିତ୍ଵ ଗ୍ରହଣ କରିଥିଲେ। ଏହି ସ୍ମୃତିକୁ ମନେ ରଖିବା ପାଇଁ ପ୍ରତିବର୍ଷ ସ୍ଥଳ ସେନା ଦିବସ ପାଳନ କରାଯାଏ। ଏହାପରେ ଅନୁଗୁଳ ହବର ଆଡଭାଇଜରଙ୍କର ମଧ୍ୟ ଚୟନ କରାଗଲା। ଅଶୋକ କୁମାର ପ୍ରଧାନ ଏବଂ ଜୟକୃଷ୍ଣ ନାଥଙ୍କୁ ଅନୁଗୁଳ ହବର ନୂଆଁ ଆଡଭାଇଜର ଭାବେ ନିଯୁକ୍ତି କରାଗଲା।