ମୁଖ୍ୟ ଖବର

ଡିସେମ୍ବର ୬ରୁ ଅଗ୍ନିପଥ ଯୋଜନା ଅଧୀନରେ ସେନା ନିଯୁକ୍ତି ରାଲି, ରାଉରକେଲାରେ ମିଳିବ ଅନୁଗୁଳ ପିଲାଙ୍କୁ ଚାକିରି

By Angul TV Bureau

November 27, 2024

ଅନୁଗୁଳ: ଅଗ୍ନିପଥ ଯୋଜନା ଅଧୀନରେ ଅନୁଗୁଳ, ବରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ଦେଓଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାର ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀଙ୍କ ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ସେନା ନିଯୁକ୍ତି ରାଲି।

ଆସନ୍ତା ୦୬ ଡିସେମ୍ବର ୨୦୨୪ ରୁ ୦୯ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଇସ୍ପାତ ଷ୍ଟାଡିୟମ୍, ସେକ୍ଟର-୬, ରାଉରକେଲା (ଓଡ଼ିଶା) ଠାରେ ଏହି ନିଯୁକ୍ତି ରାଲି ଆୟୋଜିତ ହେବ। Online Common Entrance Exam(CEE) ରେ ସଫଳ ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀଙ୍କ ଶାରୀରିକ ଫିଟନେସ୍ ଟେଷ୍ଟ ଏବଂ ମେଡିକାଲ୍ ପରୀକ୍ଷା ଇସ୍ପାତ ଷ୍ଟାଡିୟମ୍ ରେ କରାଯିବ। ତାଲିକାଭୁକ୍ତ ପ୍ରାର୍ଥୀଙ୍କ ଆଡମିଟ୍ କାର୍ଡ ସେମାନଙ୍କ ପଞ୍ଜିକୃତ ଇମେଲ୍ ଆଇଡିରେ ଉପଲବ୍ଧ ଅଛି । ପ୍ରାର୍ଥୀମାନେ www.joinindianarmy.nic.in ୱେବସାଇଟ୍ ରେ ନିଜର ପ୍ରୋଫାଇଲ ଲଗ୍ ଇନ୍ କରି ନିଯୁକ୍ତି ରାଲି ପାଇଁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।

ଅଧିକ ବିବରଣୀ ପାଇଁ ପ୍ରାର୍ଥୀମାନେ ସେନା ନିଯୁକ୍ତ କାର୍ଯ୍ୟାଳୟ ସମ୍ବଲପୁର ନିକଟକୁ ୦୬୬୩-୨୯୫୦୩୫୯ ଏବଂ ୦୬୬୩- ୨୫୨୦୮୪୫ ନମ୍ବରରେ ଯୋଗାଯୋଗ କରିପାରିବେ।

ଏଥିସହ ନିଯୁକ୍ତି ପ୍ରକ୍ରିୟା ସମୟରେ ପ୍ରାର୍ଥୀମାନେ ଠକେଇର ଶିକାର ହେବାରୁ ବଞ୍ଚିବା ପାଇଁ ପରାମର୍ଶ ଦିଆଯାଇଛି। ଏଭଳି କୌଣସି ଘଟଣାର ସୂଚନା ମିଳିଲେ ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ସେନା ନିଯୁକ୍ତି କାର୍ଯ୍ୟାଳୟ, ସମ୍ବଲପୁର ଠାରେ ଅଭିଯୋଗ କରିପାରିବେ। ସେନା ନିଯୁକ୍ତି ରାଲି ସମୟରେ ଏଭଳି ଠକଙ୍କୁ ଗିରଫ କରାଯିବା ପାଇଁ ସ୍ଥାନୀୟ ପୋଲିସ୍ ଏବଂ ପ୍ରଶାସନ ମାଧ୍ୟମରେ କଡା ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।