ଅନୁଗୁଳ: ଦେବଗଡ଼ ଜିଲ୍ଲାର ଉନ୍ନତି ପାଇଁ ସ୍ବେଚ୍ଛାସେବୀ ଅର୍ଣବ ପଣ୍ଡା ଦେବଗଡରୁ ଭୁବନେଶ୍ୱର ପଦଯାତ୍ରା ଆରମ୍ଭ କରିଛନ୍ତି। ଅର୍ଣବ୍ ଆଜି ଅନୁଗୁଳରେ ପହଞ୍ଚିବାପରେ ୧୩ ଦଫା ଦାବି ନେଇ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବେ ବୋଲି ପ୍ରକାଶ କରିଛନ୍ତି।
ଦେବଗଡ଼ ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ, ଅଧିକ ଡାକ୍ତର ନିଯୁକ୍ତି, ସ୍କୁଲ ଗୁଡିକରେ ଅଧିକ ଶିକ୍ଷକ ନିଯୁକ୍ତି, ରାସ୍ତା ଘାଟର ଉନ୍ନତି, ରେଙ୍ଗାଲି ବିସ୍ଥାପିତଙ୍କ ସମସ୍ୟାର ସମାଧାନ, ରିଆମାଳ କିମ୍ବା ବାରକୋଟକୁ ଏନ୍ଏସିର ମାନ୍ୟତା ଆଦି ଦାବି ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ଦେବେ ବୋଲି ଏଟିଭି କୁ କହିଛନ୍ତି। ଅର୍ଣବଙ୍କୁ ଆଜି ଅନୁଗୁଳରେ କେତେକ ସ୍ବେଚ୍ଛାସେବୀ ଶୁଭେଚ୍ଛା ଜଣାଇ ତାଙ୍କର ସଫଳତା କାମନା କରିଥିଲେ।