ଘଟଣା ଓ ଦୁର୍ଘଟଣା

ହତ୍ୟା ଉଦ୍ୟମ କରି ଜଣେ ଗିରଫ

By Swagatika Samantray

July 13, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗାଁରେ ଜଣେ ବ୍ୟକ୍ତିଙ୍କୁ ଜୀବନରେ ମାରିଦେବାର ଉଦ୍ୟମକରିଥିବା ଅଭିଯୋଗରେ ପୁଲିସ ବୁଧବାର ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଗାଁର ନିଧିଆ ସାମଲ(୩୩)ଙ୍କୁ ସେହି ଗାଁର ଭଗବାନ ସାମଲ ପୂର୍ବ ଶତ୍ରୁତାରୁ ଗତ ୨୧ ତାରିଖରେ ପିଟାମରା କରି ଏକ ଦଉଡ଼ିରେ ଗଳାକୁ ଚିପି ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିଲେ। କୌଣସି ଉପାୟରେ ନିଧିଆ ଭଗବାନଙ୍କଠାରୁ ପଳାଇଯିବାରେ ସଫଳ ହୋଇଥିଲେ। ମାଡ଼ରେ ତାଙ୍କର ହାତ ଭାଙ୍ଗିବାସହ ଗୁରୁତର ଆହତ ହୋଇଥିଲେ। ଏହାପରେ ସେ ଚିକିତ୍ସିତ ହୋଇଥିଲେ। ଏ ନେଇ ୨ ତାରିଖରେ ନିଧିଆ ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ବୁଧବାର ଭଗବାନଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।