ଅନ୍ୟାନ୍ୟ

କଳାକାର ବବିଙ୍କ ବିୟୋଗରେ ଶୋକ

By Biswaranjan Pattnaik

November 03, 2024

ଅନୁଗୁଳ: ଅନୁଗୁଳର ବରିଷ୍ଠ କଳାକାର ଯୋଗେଶ୍ୱର ଦାସ ଓରଫ ବବିଙ୍କ ଗତ କାଲି ରାତିରେ ପରଲୋକ ଘଟିଛି। ତାଙ୍କର ଅକାଳ ବିୟୋଗରେ ଅନୁଗୁଳର ସମସ୍ତ କଳାକାର ଶୋକ ବ୍ୟକ୍ତ କରିଛନ୍ତି।

ଏ ଅବସରରେ ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଅନୁଗୁଳର ସମସ୍ତ କଳାକାର ସଂଗଠନର ସଦସ୍ୟ ମାନେ ଏକାଠି ହୋଇ ସ୍ବର୍ଗତ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିବା ସହ ଦୀପଦାନ କରିଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ବବି ଏକାଧାରରେ ଜଣେ ଅର୍ଗାନ ବାଦକ, ଅଭିନେତା ଓ କଣ୍ଠଶିଳ୍ପୀ ଥିଲେ। ତାଙ୍କର ଅର୍ଗାନ୍ ବାଦନ ଦକ୍ଷତା ପାଇଁ ସେ ସାରା ଓଡ଼ିଶାରେ ମଧ୍ୟ ସୁପରିଚିତ ଥିଲେ।

ଶୋକ ଶବ୍ଦାନଜଳି ସମାରୋହରେ ବରିଷ୍ଠ କଳାକାର ସରୋଜ ସାହୁ,ସୁଧାକର ନାୟକ,ବିଦ୍ୟା ନାୟକ,ଚଣ୍ଡିକା ନନ୍ଦ,ବିରେନ୍ଦ୍ର ପ୍ରଧାନ,ଅଶୋକ ପଟ୍ଟନାୟକ,ଭଜନ ସିଂହ,ଅଶ୍ୱିନୀ ଦଳବେହେରା,ରଞ୍ଜନ ବେହେରା,ଅନିଲ ମହାନ୍ତି ଓ ଅନ୍ୟ ବହୁ କଳାକାର ଯୋଗ ଦେଇଥିଲେ ।