ଅନ୍ୟାନ୍ୟ

କଳାକାରଙ୍କୁ ମିଳୁନି ଉପଯୁକ୍ତ ସମ୍ମାନ, ତୁରନ୍ତ ସରକାର ଦୃଷ୍ଟି ଦେବାକୁ ଆର୍ଟିଷ୍ଟ ସଂଘର ଦାବି

By Angul TV Bureau

August 06, 2022

ଅନୁଗୁଳ: ଆଜି ଜିଲ୍ଲାର ସମସ୍ତ କଳାକାରଙ୍କୁ ନେଇ ସ୍ଥାନୀୟ ଷ୍ଟାଡିୟମରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଅଲ ଓଡ଼ିଶା ପେଣ୍ଟିଙ୍ଗ ଆର୍ଟିଷ୍ଟ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ବୈଠକରେ ସଭାପତି ଭାବେ ପୂର୍ଣ୍ଣଚନ୍ଦ୍ର କର, ଉପସଭାପତି ଭାବେ ବିନୋଦ କୁମାର ସାହୁ, ସମ୍ପାଦକ ଭାବେ ସୁଧାକର ସାହୁ, ଉପ ସଂପାଦକ ଭାବେ ମାନଭଞ୍ଜନ, କୋଷାଧ୍ୟକ୍ଷ ଭାବେ ମହେନ୍ଦ୍ର ଏବଂ ମନୋଜ ମୁଦୁଲିକୁ ଚୟନ କରାଯାଇଛି। ସେହିପରି ମୁଖ୍ୟ ଉପଦେଷ୍ଟା ଦାୟିତ୍ୱରେ ମନୋଜ ଦେହୁରୀ, ସହଦେବ ସାହୁ, ରାହୁଲ ନାୟକ, ସଞ୍ଜୟ କୁମାର ବେହେରା, ରାଜୀବ ବେହେରା, ସଞ୍ଜୟ ପଟ୍ଟନାୟକ, ଅୟସ କାନ୍ତ ପ୍ରଧାନ, ସୁରେଶ ନାୟକ ଓ ଚନ୍ଦନ ଦାସ ଅଛନ୍ତି।

ଜିଲ୍ଲାର କଳାକାରଙ୍କୁ ଚିହ୍ନଟ କରି ସେମାନଙ୍କୁ ପରିଚୟ ପ୍ରଦାନ ସହ ସେମାନେ କରିଥିବା ୧୧ ଦଫା ଦାବି କିଭଳି ପୂରଣ କରି ହେବ ସେ ବିଷୟରେ ବୈଠକରେ ଆଲୋଚନା ହୋଇଥିଲେ। ପ୍ରାୟ ୬୦ ଜଣ କଳାକାର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ହେମନ୍ତ ସାହୁ, ପ୍ରଦ୍ୟୁମ୍ନ ସେଠୀ, ବିକାଶ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।