ମୁଖ୍ୟ ଖବର

ସମଲ ଥାନାରେ ନୂଆ ଆଇଆଇସି ଭାବେ ଯୋଗ ଦେଲେ ଅରୁଣ କୁମାର ଖିଲାର

By Angul TV Bureau

January 15, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନାରେ ନୂଆ ଆଇଆଇସି ଭାବେ ଅରୁଣ କୁମାର ଖିଲାର ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ଅନୁଗୁଳ ଜିଲ୍ଲା କିଆକଟା ଥାନାରେ କାର୍ଯ୍ୟରତ ଥିଲେ। ଶ୍ରୀ ଖିଲାର ସମଲ ଥାନାରେ ଯୋଗଦାନ କରିବା ପରେ ଥାନା ଅଞ୍ଚଳରେ ଜନସାଧାରଣଙ୍କ ପାଇଁ ଉତ୍ତମ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, ଲୋକମାନେ ନିଜର ଅଭିଯୋଗ ସିଧାସଳଖ ଆଣି ତାଙ୍କୁ ଦେଖାକରିପାରିବେ। ଆଇନ ବ୍ୟବସ୍ଥା ମଧ୍ୟରେ ତାହାର ସମାଧାନ କରାଯିବ। ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା କରିବା ସହିତ ପରିବହନ ଜନିତ ଉପୁଜିଥିବା ଟ୍ରାଫିକ ସମସ୍ୟା ସମାଧାନ ଉପରେ ଧ୍ୟାନ ଦେବା ଓ ଅଞ୍ଚଳରେ ନିଶା କାରବାର ଉପରେ ପଦକ୍ଷେପ ନେବା ପାଇଁ ପ୍ରାଥମିକତା ଦେବାକୁ ଶ୍ରୀ ଖିଲାର ସୂଚନା ଦେଇଛନ୍ତି। ପ୍ରକାଶ ଯେ ଏଠାରେ କାର୍ଯ୍ୟରତ ଆଇଆଇସି ଦିଲ୍ଲୀପ ଲାକ୍ରାଙ୍କର ସୁନ୍ଦରଗଡ ଜିଲ୍ଲା ରାଉରକେଲାକୁ ବଦଳି ହୋଇଛି।