ଅନ୍ୟାନ୍ୟ

ହାତୀ ଆକ୍ରମଣରେ ମୃତ ୪ ଜଣଙ୍କ ପାଖରେ ପହଞ୍ଚିଲେ ଯୁବନେତା ଅରୁଣାଭ ସିଂହ, କ୍ଷତିପୂରଣ ପାଇଁ କଲେ ବନ୍ଦୋବସ୍ତ

By Angul TV Bureau

January 07, 2023

ଅନୁଗୁଳ: ଆଜି ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ହାତୀ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଗୋଠଛଡ଼ା ମାଈ ହାତୀ ପ୍ରଥମେ ଛେଳିଆପଡ଼ାରେ ଫସଲ ଜଗିଥିବା ସୁବାସ ବିଶ୍ୱାଳଙ୍କୁ ଆକ୍ରମଣ କରି ମାରି ଦେଇଥିଲା। ପରେ ଅଙ୍ଗାରବନ୍ଧ ଗାଁ ଦେଇ ଯାଉଥିବା ବେଳେ ବିଲରେ କାମ କରୁଥିବା ଅନିରୁଦ୍ଧ ସାହୁଙ୍କୁ ମାରିଥିଲା। ପରେ ବାରସିଂହା ଗାଁର ରମେଶ ସ୍ୱାଇଁ ଓ ଗଡ଼ସନ୍ତ୍ରୀ ଗାଁରେ ଅଜୟ ସାମଲଙ୍କୁ ମାରିଥିଲା। ତା’ ପରେ ସେହି ରାସ୍ତା ଦେଇ ହାତୀଟି ଢେଙ୍କାନାଳକୁ ପଳାଇଥିବା ଜଣାପଡ଼ିଛି। ଖବର ପାଇ ୪ ମୃତକଙ୍କ ପାଖରେ ଯୁବନେତା ଅରୁଣାଭ ସିଂହ ପହଞ୍ଚି ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ସରକାରଙ୍କୁ କ୍ଷତିପୂରଣ ପ୍ରଦାନ କରିବା ନିମନ୍ତେ ବନ ବିଭାଗ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ବ୍ୟବଚ୍ଛେଦର ବ୍ୟବସ୍ଥା କରିଥିଲେ। ଏଥିସହ ରେଡକ୍ରସ ଓ ବ୍ଲକ ପକ୍ଷରୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବା ପାଇଁ ସମ୍ମତି ପ୍ରଦାନ କରାଯାଇଥିବା ଜଣାଯାଇଛି।