ମୁଖ୍ୟ ଖବର

ଅନୁଗୁଳରେ ଅରୁନ୍ଧତୀ ଜୁଏଲର୍ସର ଦଶମ ଶାଖା ଉଦଘାଟିତ: ପାର୍ବଣ ଅବସରରେ ଆକର୍ଷଣୀୟ ଅଫର

By Angul TV Bureau

September 29, 2025

ଅନୁଗୁଳ: ଓଡ଼ିଶାର ଅଗ୍ରଣୀ ଜୁଏଲାରୀ ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସ ରବିବାର ଅନୁଗୁଳର ଶଙ୍କର ସିନେମା ହଲ ରୋଡ଼ ନିକଟରେ ନିଜର ଦଶମ ଶାଖାର ଶୁଭାରମ୍ଭ କରିଛି। ୭୫୦୦ ବର୍ଗଫୁଟ ବିଶାଳ ଏହି ଅତ୍ୟାଧୁନିକ ଶୋରୁମର ଉଦଘାଟନ ବଲିଉଡ ଅଭିନେତ୍ରୀ ମହିମା ଚୌଧରୀ ଏବଂ ମାନ୍ୟବର ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଯାଇଛି।

ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଅରୁନ୍ଧତୀ ଜୁଏଲର୍ସ ଏହି ଶୋରୁମକୁ ଅନୁଗୁଳ ବାସୀଙ୍କୁ ଉତ୍ସର୍ଗ କରିଛି। ଏହି ଶୋରୁମରେ HUID ଶୁଦ୍ଧତାଯୁକ୍ତ ସୁନା ଗହଣା, ରୁପା ଗହଣାରେ ତାରକସି କାରୁକାର୍ଯ୍ୟ, ହୀରା ଗହଣାର ଏକ୍ସକ୍ଲୁସିଭ କଲେକ୍ସନ ଏବଂ ପ୍ରିମିୟମ ସମ୍ବଲପୁରୀ ସିଲ୍କ ଶାଢ଼ୀ ସମେତ ୧୦,୦୦୦ରୁ ଅଧିକ ଗହଣା ଡିଜାଇନ ଉପଲବ୍ଧ, ଯାହା ଗ୍ରାହକଙ୍କ ମନ ମୋହିଛି। ଶତାଧିକ ଗ୍ରାହକ ଓ ଶୁଭେଚ୍ଛୁ ଏହି ଗ୍ରାଣ୍ଡ ଓପେନିଙ୍ଗରେ ସାମିଲ ହୋଇ ଏହାକୁ ଅବିସ୍ମରଣୀୟ କରିଛନ୍ତି। ଉଦଘାଟନୀ ସନ୍ଧ୍ୟାରେ ଆୟୋଜିତ ଓଡ଼ିଶୀ ଓ କଥକଲି ନୃତ୍ୟ ପରିବେଷଣ ଏହି ଅବସରକୁ ଆହୁରି ଆକର୍ଷଣୀୟ କରିଥିଲା।

ଏ ଅବସରରେ ଅରୁନ୍ଧତୀ ଜୁଏଲର୍ସର ପ୍ରତିଷ୍ଠାତା ବ୍ରହ୍ମାନନ୍ଦ ମେହେର ଉପସ୍ଥିତ ସମସ୍ତଙ୍କୁ ସମ୍ବୋଧିତ କରି ଅନୁଗୁଳ ବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ।