ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ତାଳମଳିହାଠାରେ ଏସ.ଏମ. ବୋଏଜ୍ କ୍ଲବ ପକ୍ଷରୁ ଆୟୋଜିତ ପାଞ୍ଚଦିନିଆ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଛି। ଏହି ରୋମାଞ୍ଚକର ଫାଇନାଲ ମ୍ୟାଚରେ ମାଧପୁରକୁ ହରାଇ ଅମ୍ବସରମୁଣ୍ଡା ଦଳ ଚାମ୍ପିୟନ ହୋଇଛି।
ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅମ୍ବସରମୁଣ୍ଡା ଧାର୍ଯ୍ୟ ୮ ଓଭରରେ ୧୨୯ ରନ୍ ସଂଗ୍ରହ କରିଥିଲା। ଜବାବରେ ମାଧପୁର ଦଳ ମାତ୍ର ୮୬ ରନ୍ କରିବାକୁ ସକ୍ଷମ ହୋଇ ପରାଜିତ ହୋଇଥିଲା। ଉଦ୍ଯାପନୀ ଉତ୍ସବରେ ବ୍ଲକ ବିଜେଡି ସଭାପତି ମହେଶ୍ୱର ଦେହୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଓ ରନର୍ସଅପ୍ ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ।
ଅତିଥି ଭାବେ ଅନନ୍ତ ମାଝୀ, ଛବିଳ ରାଉତ ଓ ରମାକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ମାନସ ମ୍ୟାଗ୍ନେଟ୍ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ କ୍ଲବର ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ।