ମୁଖ୍ୟ ଖବର

ସକାଳୁ ସକାଳୁ ବାଇକକୁ ଧକ୍କା ଦେଲା ଟ୍ରକ: ଜଣେ ମୃତ, ୨ ଗୁରୁତର

By Angul TV Bureau

January 19, 2024

ଅନୁଗୁଳ: ଅନୁଗୁଳ ସହର ଥାନା ଛକ ଠାରେ ଆଜି ସକାଳୁ ଟ୍ରକ ଧକ୍କାରେ ବାଇକ ଆରୋହୀ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତ ମହିଳା ଜଣେ ଆସ କର୍ମୀ। ତାଙ୍କ ନାମ କୁମାରୀ ସାହୁ ଓ ସେ ଆଠମଲ୍ଲିକ ଅଞ୍ଚଳର ବୋଲି ଜଣାପଡିଛି।

ସୂଚନା ମୁତାବକ, ୫୫ ନମ୍ବର ଜାତୀୟ ରାଜପଥ ଅନୁଗୁଳ ଥାନା ଛକ ଠାରେ ସମ୍ବଲପୁର ପଟୁ ଆସୁଥିବା ଏକ ମାଲବାହୀ ଟ୍ରକ (ଓଆର ୧୯ କେ ୯୨୨୫) ସହ ବାଇକ ଧକ୍କା ହୋଇଥିଲା। ବାଇକରେ ଚାଳକଙ୍କ ସହ ଦୁଇ ମହିଳା ଥିଲେ। ଘଟଣାସ୍ଥଳରେ ବାଇକ ପଛରେ ବସିଥିବା ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଳକ ଓ ଅନ୍ୟ ମହିଳା ଜଣକ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ଅନ୍ୟପଟେ ଦୁର୍ଘଟଣା ପରେ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି।