ଅନୁଗୁଳ: ଭାରତୀୟ ଶଲ୍ୟ ଚିକିତ୍ସକ ସଂଘ ଓଡ଼ିଶା ଶାଖାର ନିର୍ଦ୍ଦେଶ କ୍ରମେ ନବ ଗଠିତ ଅନୁଗୁଳ ସର୍ଜନ କ୍ଳବ୍ ପକ୍ଷରୁ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଏକ ହୋଟେଲରେ ଶଲ୍ୟ ଚିକିତ୍ସକ ଦିବସ ପାଳିତ ହୋଇଯାଇଛି।
ବିଶିଷ୍ଟ ବ୍ରିଟିଶ ଶଲ୍ୟ ଚିକିତ୍ସକ ଡ଼ା ଜୋସେଫ ଲିଷ୍ଟରଙ୍କ ସ୍ମୃତିରେ ପ୍ରତିବର୍ଷ ଜୁନ ୧୫ ତାରିଖ ଦିନ ସର୍ଜନ ଦିବସ ପାଳିତ ହୋଇଥାଏ। ଏହି ଦିବସ ଅବସରରେ ଜଟିଳ ଶଲ୍ୟ ଚିକିତ୍ସା ଏବଂ ଏହାର ବିଭିନ୍ନ ଦିଗ,ଅତ୍ୟାଧୁନିକ ରୋବୋଟିକ ଶଲ୍ୟ ଚିକିତ୍ସା ,ସର୍ଜରୀରେ ନୈତିକତା ଆଦି ବିଷୟ ଉପରେ ଆଲୋଚନା ହୋଇଥିଲା। କ୍ଳବର ମୁଖ୍ୟ ଡ଼ା ତରୁଣ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ସମାରୋହରେ ବରିଷ୍ଠ ଶଲ୍ୟ ଚିକିତ୍ସକ ସୋମନାଥ ଗଡ଼ନାୟକ, ଶ୍ରୀଧର ପ୍ରଧାନ, ଶଙ୍କର୍ଷଣ ମହାପାତ୍ର ଓ ପ୍ରଭାକର ନନ୍ଦଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମହିଳା ସର୍ଜନ ଡ଼ା ସୁଷମା ବେହେରାଙ୍କ ସମେତ ଡ଼ା ଦୀପକ ବେଣିଆ,ଡ଼ା ଚିତ୍ତ ରଞ୍ଜନ ନାୟକ,ଡ଼ା ସୁଶାନ୍ତ କୁମାର ପଣ୍ଡା ପ୍ରମୁଖ ସମାରୋହରେ ଉପସ୍ଥିତ ଥିଲେ ।