ମୁଖ୍ୟ ଖବର

ବାଇକ ରିଲିଜ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିବା ମାମଲା: ଅବସରପ୍ରାପ୍ତ ଏଏସଆଇଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ

By Biswaranjan Pattnaik

January 31, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନାର ଅବସରପ୍ରାପ୍ତ ଏଏସଆଇ ରବୀନ୍ଦ୍ର କୁମାର ତ୍ରିପାଠୀଙ୍କୁ ଗୁରୁବାର ଅନୁଗୁଳ ଭିଜିଲାନ୍ସ କୋର୍ଟ ୨ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି।ସୂଚନା ମୁତାବକ, ରବୀନ୍ଦ୍ର ଠାକୁରଗଡ ଥାନାରେ ଏଏସଆଇ ଥିବା ବେଳେ ପେଡିପଥର ଅଞ୍ଚଳର ଏକ ବାଇକ ରିଲିଜ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଥିଲା।

ଏହି ମାମଲାର ଶୁଣାଣି କରି ଅନୁଗୁଳ ଭିଜିଲାନ୍ସ କୋର୍ଟ ରବୀନ୍ଦ୍ରଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।