ଘଟଣା ଓ ଦୁର୍ଘଟଣା

ଗଛରେ ପିଟି ହେଲା ବାଇକ: ଘଟଣାସ୍ଥଳରେ ପୋଲିସ ଏଏସ୍ଆଇଙ୍କ ମୃତ୍ୟୁ

By Angul TV Bureau

August 24, 2025

ଅନୁଗୁଳ: ଅନୁଗୁଳ ସଦର ଥାନାରେ କାର୍ଯ୍ୟରତ ଜଣେ ପୋଲିସ ଏଏସ୍ଆଇଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୃତକ ହେଲେ କଙ୍କଡ଼ାହାଡ଼ ଥାନା ପାତବେଡ଼ା ଗାଁର ମାନସ ସିଂହ।ସୂଚନା ମୁତାବକ, ମାନସ ଗତକାଲି ଛୁଟି ନେଇ ଘରକୁ ମୋଟରସାଇକେଲରେ ଯାଉଥିଲେ। ବାଟରେ ଭାରସାମ୍ୟ ହରାଇ ସେ ଏକ ଗଛରେ ପିଟି ହୋଇ ଯାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଖବର ପୋଲିସ ପହଞ୍ଚି ଶବ ଜବତ କରିଥିଲା।କାମାକ୍ଷାନଗର ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପ୍ରକାଶ ଯେ ମାନସ ଚାରି ବର୍ଷ ହେଲା ଅନୁଗୁଳ ଜିଲ୍ଲାରେ ଏଏସ୍ଆଇ ଭାବେ କାର୍ଯ୍ୟରତ ଥିଲେ।